ମୁମ୍ବାଇ: ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏବଂ ସାନିଆ ଚନ୍ଦୋକଙ୍କ ବିବାହ ତାରିଖ ସ୍ଥିର ହୋଇଛି । ଚଳିତ ବର୍ଷ ମାର୍ଚ୍ଚରେ ସେମାନଙ୍କ ବିବାହ ସ୍ଥିର ହେବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅବଶ୍ୟ ଏ ନେଇ ସଚିନଙ୍କ ପରିବାର ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ । ଗତ ବର୍ଷ ଅଗଷ୍ଟରେ ସେମାନଙ୍କ ନିର୍ବନ୍ଧ ହୋଇଥିଲା । ସାନିଆ ପ୍ରସିଦ୍ଧ ବ୍ୟବସାୟୀ ରବି ଘାଈଙ୍କ ନାତୁଣୀ । ନିକଟରେ ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସରୁ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ଟ୍ରେଡ କରାଯାଇଥିଲା ।
ମାର୍ଚ୍ଚ ୩ରେ ବିବାହ ରୀତିନୀତ ଆରମ୍ଭ ହେବ ଏବଂ ୫ରେ ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ସଚିନ ମଧ୍ୟ କହିଥିଲେ, ଅର୍ଜୁନଙ୍କ ନିର୍ବନ୍ଧ ଶେଷ ହୋଇଛି । ଆମେ ମଧ୍ୟ ତାଙ୍କ ବିବାହ ଏବଂ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଆରମ୍ଭ ହେବା ନେଇ ବେଶ ଉତ୍ସାହିତ ଅଛୂୁ । ରିପୋର୍ଟ ଅନୁସାରେ ବିବାହ ମୁମ୍ବାଇରେ ଆୟୋଜିତ ହେବ । ଏଥିରେ ପରିବାର, ନିକଟତମ ବନ୍ଧୁ ଓ କିଛି କ୍ରିକେଟର ଯୋଗ ଦେବେ ବୋଲି ଅନୁମାନ କରାଯାଉଛି ।