Latest Odisha News

BREAKING NEWS

୨୫ ବର୍ଷ ପରେ ପୁଣି ଏକାଠି ହେଲେ ଅକାଳୀ ଦଳ ଏବଂ ବିଏସପି

ଚଣ୍ଡୀଗଡ: ୨୫ ବର୍ଷ ପରେ ପୁଣିଥରେ ଏକାଠି ହୋଇଛନ୍ତି ପଞ୍ଜାବର ଶିରୋମଣି ଅକଳୀ ଦଳ ଏବଂ ମାୟାବତୀଙ୍କ ବହୁଜନ ସମାଜପାର୍ଟି । ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନରେ ଉଭୟ ଏକତ୍ର ଲଢ଼ିବେ । ଏପରିକି ଏବେଠାରୁ ଆସନ ବୁଝାମଣା ମଧ୍ୟ ହୋଇସାରିଛି । ଅକାଳୀ ଦଳ ୯୭ ଏବଂ ବିଏସପି ୨୦ ଆସନରେ ଲଢ଼ିବ ।

୧୯୯୬ରେ ବିଏସପି ଓ ଅକାଳୀ ଦଳ ଏକତ୍ର ହୋଇ ଲୋକ ସଭା ନିର୍ବାଚନ ଲଢ଼ିଥିଲେ । ୧୩ ଆସନରୁ ୧୧ରେ ବିଜୟୀ ହୋଇଥିଲେ । ସୁଖବୀର ସିଂ ବାଦଲ ଏବଂ ସତୀଶ ମିଶ୍ର ପରସ୍ପରକୁ ମିଠା ଖୁଆଇ ମେଂଟର ଘୋଷଣା କରିଥିଲେ ।

Leave A Reply

Your email address will not be published.