ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ମୁଭି ‘ସଡକ-୨’ର ଟ୍ରେଲର । ଓଟିଟି ପ୍ଲାଟଫର୍ମରେ ଏହାକୁ ରିଲିଜ କରାଯାଇଛି । ଟ୍ରେଲରରେ ପୁଣି ଥରେ ମୁନ୍ନା ଭାଇ ତଥା ବଲିଉଡର ସଂଜୁ ବାବାଙ୍କ ଦମଦାର ଆକ୍ଟିଂ ଦେଖିବାକୁ ମିଳିଛି । ସେହିପରି ଲିଡ୍ ରୋଲ୍ରେ ଥିବା ଆଲିଆ ଭଟ୍ଟ ଓ ଆଦିତ୍ୟ ରାୟ କପୁରଙ୍କ ମଧ୍ୟ ଜବରଦସ୍ତ ରୋମାନ୍ସ ରହିଛି ।
ଏଥିରେ ସଂଜୟ ଦତ୍ତଙ୍କୁ ଜଣେ ଟ୍ରାଭେଲ ଏଜେଂଟ ଭାବେ ଦେଖିବାକୁ ମିଳିବ । ସେହିପରି ଆଲିଆଙ୍କୁ ଆର୍ଯ୍ୟ ଏବଂ ଆଦିତ୍ୟ ବିଶାଲ ଭୂମିକାରେ ନଜର ଆସିବେ । ଫିଲ୍ମଟି ଆସନ୍ତା ୨୮ ତାରିଖରେ ଡିଜ୍ନୀ ପ୍ଲସ ହଟ୍ଷ୍ଟାରରେ ରିଲିଜ ହେବ । ମହେଶ ଭଟ୍ଟଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମ ୧୯୯୧ର ‘ସଡକ’ ଫିଲ୍ମର ସିକ୍ୱେଲ । ଯେଉଁଥିରେ ସଂଜୟ ଦତ୍ତ ଓ ପୂଜା ଭଟ୍ଟ ମୁଖ୍ୟ ଭୂମିକାରେ ଥିଲେ ।
BREAKING NEWS
- LPG Cylinder Price Hike: ବଜେଟ୍ ଦିନ ଝଟକା: ମହଙ୍ଗା ହେଲା LPG ସିଲିଣ୍ଡର
- ସାତକୋଶିଆ ଗଣ୍ଡରେ ବଢ଼ିଲା କୁମ୍ଭୀର ସଂଖ୍ୟା
- Police Encounter: ବଡ଼ବିଲରେ ବ୍ୟାଙ୍କ ଡକାୟତକୁ ପୋଲିସ ଏନକାଉଣ୍ଟର
- CM Kisan Scheme: ସିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା, ଜାରି ହେଲା ପଞ୍ଜୀକରଣ ଡେଡଲାଇନ୍
- Stock Market: ବଜେଟ୍ ଦିନ ଖୋଲା ରହିବ ଷ୍ଟକ୍ ବଜାର
- Odisha Parab 2026: ଓଡ଼ିଶା ପରବ ୨୦୨୬ ଉଦ୍ଘାଟିତ; ଆସାମରେ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ବୈଭବ ପ୍ରଦର୍ଶିତ
- ଆନ୍ତର୍ଜାତୀୟ ସ୍ତରରେ ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ାବିତ୍ଙ୍କୁ ସମ୍ମାନିତ କଲେ କ୍ରୀଡ଼ା ମନ୍ତ୍ରୀ
- ଝିଅ ବେକରେ ଛୁରୀ ଲଗେଇ କାଉନସିଲରଙ୍କ ଘରୁ ଲୁଟ୍
- ଦର୍ଶକଙ୍କ ଉଡ଼ାଇବ ହୋସ୍ ଓଡ଼ିଆ ହରର ଥ୍ରୀଲର ଫିଲ୍ମ ‘ମିଡ୍ ନାଇଟ’; ଏହି ଦିନ ପରଦାକୁ ଆସିବ
- ବିଶ୍ୱ ବ୍ୟାଙ୍କ ଠାରୁ ଋଣ କରିବାକୁ ଚାହୁଁଛନ୍ତି କି ରାଜ୍ୟ ସରକାର: ବିଜେଡି
Comments are closed.