Latest Odisha News

BREAKING NEWS

ପୁଣି ଥରେ ମା’ ହେବାକୁ ଯାଉଛନ୍ତି ବଲିଉଡର ବେବୋ

ମୁମ୍ବାଇ: ପୁଣି ଥରେ ଗୁଡ ନ୍ୟୁଜ୍ ଦେବେ ବଲିଉଡର ବେବେ । ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ପୁଣି ଥରେ ମା’ ହେବାକୁ ଯାଉଛନ୍ତି । ସୈଫ ଅଲ୍ଲି ଖାନ୍‌ଙ୍କ ପରିବାରକୁ ଆସିବ ଆଉ ଜଣେ କୁନି ଅତିଥି । ଏନେଇ ସୈଫ୍ ଅଲ୍ଲି ଖାନ୍ ନିଜେ ଔପଚାରିକ ଭାବେ ଘୋଷଣା କରିଛନ୍ତି ।

ପୂର୍ବରୁ ବହୁ ଥର କରୀନା କପୁର ପ୍ରେଗ୍‌ନେଂଟ ଥିବା ନେଇ ଗୁଜବ ଖବର ପ୍ରକାଶ ପାଇଥିଲା । କିନ୍ତୁ ଏବେ ଏହା ସତ ହେବାକୁ ଯାଉଛି । କରୀନା କପୁର ହେଉଛନ୍ତି ସୈଫଙ୍କ ଦ୍ୱିତୀୟ ପତ୍ନୀ । ତାଙ୍କର ପୂର୍ବରୁ ଗୋଟିଏ ପୁଅ ଅଛି । ଯାହାର ନାଁ ତୈମୁର । ତେବେ ତୈମୁରଙ୍କୁ ଭାଇ ମିଳିବ ନା ଭଉଣୀ, ଏହା ଜାଣିବା ପାଇଁ ଅପେକ୍ଷା କରିବାକୁ ପଡିବ ।

Leave A Reply

Your email address will not be published.