Latest Odisha News

BREAKING NEWS

ଆସିଲା ‘ସଡକ-୨’ର ଟ୍ରେଲର, ଦମଦାର ଲୁକ୍‌ରେ ସଞ୍ଜୁ ବାବା

ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ମୁଭି ‘ସଡକ-୨’ର ଟ୍ରେଲର । ଓଟିଟି ପ୍ଲାଟଫର୍ମରେ ଏହାକୁ ରିଲିଜ କରାଯାଇଛି । ଟ୍ରେଲରରେ ପୁଣି ଥରେ ମୁନ୍ନା ଭାଇ ତଥା ବଲିଉଡର ସଂଜୁ ବାବାଙ୍କ ଦମଦାର ଆକ୍ଟିଂ ଦେଖିବାକୁ ମିଳିଛି । ସେହିପରି ଲିଡ୍ ରୋଲ୍‌ରେ ଥିବା ଆଲିଆ ଭଟ୍ଟ ଓ ଆଦିତ୍ୟ ରାୟ କପୁରଙ୍କ ମଧ୍ୟ ଜବରଦସ୍ତ ରୋମାନ୍ସ ରହିଛି ।

ଏଥିରେ ସଂଜୟ ଦତ୍ତଙ୍କୁ ଜଣେ ଟ୍ରାଭେଲ ଏଜେଂଟ ଭାବେ ଦେଖିବାକୁ ମିଳିବ । ସେହିପରି ଆଲିଆଙ୍କୁ ଆର୍ଯ୍ୟ ଏବଂ ଆଦିତ୍ୟ ବିଶାଲ ଭୂମିକାରେ ନଜର ଆସିବେ । ଫିଲ୍ମଟି ଆସନ୍ତା ୨୮ ତାରିଖରେ ଡିଜ୍‌ନୀ ପ୍ଲସ ହଟ୍‌ଷ୍ଟାରରେ ରିଲିଜ ହେବ । ମହେଶ ଭଟ୍ଟଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମ ୧୯୯୧ର ‘ସଡକ’ ଫିଲ୍ମର ସିକ୍ୱେଲ । ଯେଉଁଥିରେ ସଂଜୟ ଦତ୍ତ ଓ ପୂଜା ଭଟ୍ଟ ମୁଖ୍ୟ ଭୂମିକାରେ ଥିଲେ ।

BjdElectrycity
Leave A Reply

Your email address will not be published.