Latest Odisha News

BREAKING NEWS

ବାଣ ଫୁଟାଇବାରୁ ପିଲାମାନଙ୍କୁ ବଞ୍ଚିତ କରିବା ପ୍ରଦୂଷଣ ନିରାକରଣର ସମାଧାନ ନୁହେଁ; ସଦଗୁରୁ

ନୂଆଦିଲ୍ଲୀ: ଆଧ୍ୟାତ୍ମିକ ଗୁରୁ ସଦ୍‌ଗୁରୁ ଜାଗି ବାସୁଦେବ ବାଣ ବ୍ୟାନ୍‌କୁ ବିରୋଧ କରିଛନ୍ତି। ପିଲାମାନଙ୍କୁ ବାଣ ଫୁଟାଇବାରୁ ନରୋକିବା ଲାଗି ଭିଡିଓ ଜାରି କରି କହିଛନ୍ତି ସଦ୍‌ଗୁରୁ।

ବୁଧବାର ପୋଷ୍ଟ କରାଯାଇଥିବା ଏକ ଟୁଇଟରେ ସେ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତିତ ଥିବା ସମସ୍ତ ପିତାମାତାଙ୍କୁ ଏକ ବିକଳ୍ପ ସମାଧାନ ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେଉଁମାନେ ବାଣ ଯୋଗୁ ଚିନ୍ତିତ ଅଛନ୍ତି ସେମାନଙ୍କୁ ବିକଳ୍ପ ବାଟ ଦେଖାଇଛନ୍ତି ସଦଗୁରୁ। ସମ୍ପୃକ୍ତ ବ୍ୟକ୍ତିମାନେ ଘରେ ନହରି ୩ ଦିନ ଅଫିସ ଯିବାକୁ ପରାମର୍ଶ

“ସେ କହିଛନ୍ତି ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ପିଲାମାନଙ୍କୁ ବାଣ ଫୁଟାଇବାରୁ ବଞ୍ଚିତ କରିବା ଉଚିତ ନୁହେଁ। ବାୟୁ ପ୍ରଦୂଷଣର ସମାଧାନ ଏହା ନୁହେଁ ବୋଲି କହିଛନ୍ତି ସଦ୍‌ଗୁରୁ। ସେମାନଙ୍କୁ ବାଣ ଫୁଟାଇବାର ମଜା ନେବାକୁ ଦିଆଯାଉ।” ପିଲାମାନଙ୍କୁ ଦିପାବଳୀ ଉତ୍ସବ ମନାଇବାକୁ ଦିଆଯାଉ ବୋଲି ସଦଗୁରୁ କହିଛନ୍ତି।

କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଆଧ୍ୟାତ୍ମିକ ଗୁରୁଙ୍କ କଥାକୁ ସମର୍ଥନ କରିଥିଲେ ଏବଂ ସହମତ ହୋଇଥିଲେ ମଧ୍ୟ ଅନ୍ୟମାନେ ଏହାକୁ ପ୍ରଶ୍ନ ମଧ୍ୟ କରିଛନ୍ତି।

Leave A Reply

Your email address will not be published.