Latest Odisha News

BREAKING NEWS

ଆଇଏସଏଲ ୨୦୨୧ ପାଇଁ ଦଳ ଘୋଷଣା କଲା ଓଡିଶା ଏଫସି

ଭୁବନେଶ୍ୱର: ଓଡିଶା ଏଫସି ଇଣ୍ଡିଆନ ସୁପର ଲିଗ ଫୁଟବଲର ୨୦୨୧-୨୨ ସଂସ୍କରଣ ପାଇଁ ଆଜି ବିଧିବଦ୍ଧ ଭାବେ ଦଳ ଘୋଷଣା କରିଛି । ନଭେମ୍ବର ୨୪ରେ ଭାସ୍କୋର ତିଳକମୈଦାନରେ ବେଙ୍ଗାଲୁରୁ ଏଫସି ବିପକ୍ଷରେ ଓଡିଶା ଏଫସି ତାର ଅଭିଯାନ ଆରମ୍ଭ କରିବ । ଏହି ସିଜନ ପାଇଁ ଭିନିତ ରାୟ, ଭିକ୍ଟର ମୋଙ୍ଗଲି ଓ ହେକ୍ଟର ରୋଡାସଙ୍କୁ ଅଧିନାୟକ ନିଯୁକ୍ତ କରିଛି । ଦଳରେ ୬ଜଣ ବିଦେଶୀ ଖେଳାଳି ରହିଛନ୍ତି । ଦଳ ଚୟନ ନେଇ କୋଚ କିକୋ ରାମିରେଜ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହା ଏକ ଶୃଙ୍ଖଳିତ ଦଳ ହୋଇଥିବାରୁ ଆଗାମୀ ସିଜନରେ ଭଲ ପ୍ରଦର୍ଶନ କରିବୁ ବୋଲି ସେ ଦୃଢ଼ତା ସହକାରେ କହିଛନ୍ତି ।

ଓଡିଶା ଏଫସି ଦଳ:
ଗୋଲକିପର: କମଲଜିତ ସିଂ, ଅର୍ଶଦୀପ ସିଂ, ରବି କୁମାର
ଡିଫେଣ୍ଡର: ଗୌରବ ବୋରା, ଲାଲରୁଆଥାରା, ସାହିଲ ପନୱର, ହେଣ୍ଡ୍ରି ଆଂଟୋନୀ, ଲାଲହେରାଜୁଆଲା ସାଇଲୁଙ୍ଗ, ସେବାଷ୍ଟିଆନ ଥାଙ୍ଗାମୁଆନସାଙ୍ଗା, ଦେବନ ଶାହ୍ୱେନୀ, ଭିକ୍ଟର ମୋଙ୍ଗିଲ, ହେକ୍ଟର ରୋଡାସ ।
ମିଡଫିଲ୍ଡର: ଥୋଇବା ସିଂ ମୋରାଙ୍ଗଥେମ, ଭିନିତ ରାୟ, ପଲ ରାମଫାଙ୍ଗଜୁଆଭ, ଆଇଜାକ ଭାନମାଲସାୱାମା, ଆଇଜାକ ଭାନଲାଲରୁଆଫଟେଲା, ଲିରିଡନ କ୍ରାସନିକ, ଜାଭି ହେର୍ଣ୍ଣାଣ୍ଡିଜ, ଜେରୀ ମାୱିମିଙ୍ଗଥାଙ୍ଗା, ନନ୍ଦକୁମାର ସେକାର, ସିଭିଏଲ ରେମାଟୁଲାଙ୍ଗା, ନିଖିଳ ରାଜ ।
ଫରୱାର୍ଡ: ଆକସୁନା ତ୍ୟାଗୀ, ଡାନିଏଲ ଲାଲହିଲମ୍ପୁଇଆ, ଆରିଡାଇ କାବେରାରା ଓ ଜୋନାଥନ କ୍ରିଷ୍ଟିଆନ ଡି ଜେସସ ।

Leave A Reply

Your email address will not be published.