Latest Odisha News

ଟ୍ୟାପ ଟୁ ଡ୍ରିଙ୍କ: ପୁରୀର ଗାଧୁଆ ଘରେ ଓ ନାଳରେ ଭାସି ଯାଉଛି ଆରଓ ଜଳ

ପୁରୀ: ସରକାରଙ୍କ ଟ୍ୟାପ ଟୁ ଡ୍ରିଙ୍କ ଏକ ମହତ୍ୱକାଂକ୍ଷୀ ଯୋଜନା । ତେବେ ଏହି ଯୋଜନା ଧିରେ ଧିରେ ବିଫଳତା ଆଡକୁ ଗତି କରୁଛି । ବିଶୁଦ୍ଧ ରିଭର୍ସ ଓସମେସିସି (ଆରଓ) ପୁରୀ ସହରର ପ୍ରାୟ ସମସ୍ତ ଘରକୁ ଯୋଗଣ ହେଉଛି । ତେବେ ଲୋକଙ୍କ ଦାୟିତ୍ୱହୀନତା ଯୋଗୁ ଅନେକ ବିଶୁଦ୍ଧ ପାଣି ଗାଧୁଆଘରରେ, ବାଡିବଗିଚାରେ ଓ ନଳାରେ ବିନା କାରଣରେ ବୋହି ଯାଉଛି । ଏହା ବ୍ୟତୀତ ଘର ବାହାରେ ଥିବା କନେକ୍ସନକୁ ତରବରିଆ ଭାବେ ସଂଯୋଗ କରାଯାଇଥିବାରୁ ଅଧିକାଂଶ ସ୍ଥାନରେ ପାଣି ଲିକ୍ ହେଉଛି ।

ପାଇପ ବିଛାଇବା ପାଇଁ ପୂର୍ବରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି । ସେହିପରି ଘର ବାହାରେ ଥିବା ମିଟର କନେକ୍ସନ ପାଇପକୁ ମଧ୍ୟ ଚୋରମାନେ ଚୋରୀ କରି ନେଇ ଯାଉଛନ୍ତି । ବିଦେଶରେ ଯେଉଁ ସବୁ ସ୍ଥାନରେ ବିଶୁଦ୍ଧ ପାଣିର ବ୍ୟବସ୍ଥା କରାଯାଇଛି ସେଠାରେ ପାନୀୟ ବ୍ୟତୀତ ଅନ୍ୟ କ୍ଷେତ୍ରରେ ବ୍ୟବହାର ହେଉଥିବା ଜଳ ପାଇଁ ଅଲଗା ସଂଯୋଗର ବ୍ୟବସ୍ଥା କରାଯାଇଛି । ଯାହା କି ଏଠାରେ ହୋଇ ନାହିଁ । ଦୂରଦୃଷ୍ଟିର ଅଭାବ ଏବଂ ଦାୟିତ୍ୱହୀନତା ଯୋଗୁ ଏବେ ଆରଓ ପାଣି ଭାସୁଛି । ଏଥିପାଇଁ ସତର୍କତା ଜରୁରୀ ।

Comments are closed.