Latest Odisha News

BREAKING NEWS

ସାଫ ଚାମ୍ପିୟନଶିପ: ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିବ ଭାରତ

ନୂଆଦିଲ୍ଲୀ: ଇଂଟରକଂଟିନେଟାଂଲ କପରେ ଚାମ୍ପିୟନ ହେବା ପରେ ଭାରତୀୟ ଫୁଟବଲ ଟିମର ମନୋବଳ ଉଚ୍ଚରେ ରହିଛି । ଏବେ ସାଫ ଚାମ୍ପିୟନଶିପ ପାଇଁ ଭାରତ ତାର ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଶ୍ରୀ କାନ୍ତିରାୱା ଷ୍ଟାଡିୟମରେ ଭାରତ ତାର ପ୍ରଥମ ମୁକାବିଲାରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ୮ ଥର ଚାମ୍ପିୟନ ଭାରତ ଗ୍ରୁପଏ ରେ ନେପାଳ, କୁଏଟ ଓ ପାକିସ୍ତାନ ସହିତ ରହିଛି । ଲେବାନନ, ମାଳଡିଭ, ଭୁଟାନ ଓ ବାଂଲାଦେଶ ଗ୍ରୁପ ବିରେ ରହିଛନ୍ତି । ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତର ପଲା ଭାରୀ ରହିଛି । ଅଧିନାୟକ ସୁନୀଲ ଛେତ୍ରୀଙ୍କଠାରୁ ଟିମ ଇଣ୍ଡିଆ ପୁନର୍ବାର ଆଉ ଏକ ଭଲ ପ୍ରଦର୍ଶନ ଆଶା କରିବ ।

ଭାରତ ୧୯୯୩, ୧୯୯୭, ୧୯୯୯, ୨୦୦୫, ୨୦୦୯, ୨୦୧୧ ଓ ୨୦୨୧ରେ ସାଫ ଚାମ୍ପିୟନଶିପ ଜିତିଥିବା ବେଳେ ୨୦୦୮ ଓ ୨୦୧୩ରେ ମାଲଡିଭ ଓ ୨୦୦୩ରେ ବାଂଲାଦେଶ ଟାଇଟଲ ହାସଲ କରିଛି । ପାକିସ୍ତାନ ଏ ପର୍ଯ୍ୟନ୍ତ ଟାଇଟଲ ହାସଲ କରିବାରେ ସଫଳ ହୋଇନି । ବୁଧବାର ଏହି ମୁକାବିଲା ଅନୁଷ୍ଠିତ ହେବ ।

Leave A Reply

Your email address will not be published.