Latest Odisha News

ସାଫ ୧୯ ବର୍ଷରୁ କମ ମହିଳା ଫୁଟବଲ: ଭାରତ ସହ ବାଂଲାଦେଶକୁ କରାଗଲା ଯୁଗ୍ମ ବିଜେତା

ଢ଼ାକା: ସାଫ ୧୯ ବର୍ଷରୁ କମ ମହିଳା ଫୁଟବଲର ଫାଇନାଲ ମ୍ୟାଚ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳା ଯାଇଥିଲା । ଏହି ରୋମାଂଚ ମୁକାବିଲାରେ ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ । ପେନାଲ୍ଟି ଶୁଟଆଉଟରେ ମଧ୍ୟ କଡା ଟକ୍କର ଦେଖିବାକୁ ମିଳିଥିଲା । ଏହା ମଧ୍ୟ ୧୧-୧୧ ସମାନ ସ୍ଥିତିରେ ଶେଷ ହୋଇଥିଲା । ଶେଷରେ ବିଜେତା ଘୋଷଣା ପାଇଁ ଟସର ସହାୟତା ନିଆ ଯାଇଥିଲା । ଏଥିରେ ଭାରତ ବିଜୟୀ ହୋଇଥିଲା । ମାତ୍ର ଟିମ ଇଣ୍ଡିଆକୁ ବିଜେତା ଘୋଷଣା କରାଯିବା ମାତ୍ରେ ଷ୍ଟାଡିୟମରେ ଉପସ୍ଥିତି ବାଂଲାଦେଶ ପ୍ରଶଂସକ ଟେକା, ପଥର ଓ କାଚ ବୋତଲ ଫିଙ୍ଗିଥିଲେ ।

ଖେଳାଳିମାନଙ୍କୁ ସୁରକ୍ଷା ସହ ଷ୍ଟାଡିୟମରୁ ନିଆ ଯାଇଥିଲା । ୧ ଘଂଟା ପରେ ମ୍ୟାଚ କମିଶନର ବିବାଦର ଗମ୍ଭୀରତାକୁ ଅନୁଧ୍ୟାନ କରି ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷିତ କରିଥିଲେ । ଏହା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଅବଶ୍ୟ ଏ ନେଇ କ୍ରୀଡା ମହଲରେ ମିଶ୍ରିତ ପ୍ରକିକ୍ରିୟା ପ୍ରକାଶ ପାଇଛି । ଦର୍ଶକଙ୍କ ଚାପରେ ଫଳାଫଳ ବଦଳାଇବା ଠିକ ନୁହେଁ ବୋଲି ଅନେକ କହିଛନ୍ତି ।

Comments are closed.