Latest Odisha News

କାଶ୍ମୀର ସାଫ୍ରନ୍‌କୁ ପ୍ରଶଂସା କଲେ ମୋଦୀ; କହିଲେ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଏହା ଆମର ପ୍ରୟାସକୁ ଆହୁରି ଦୃଢ କରିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଆଜି ମନ୍ କୀ ବାତ୍‌ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ କାଶ୍ମୀରର ସାଫ୍ରନ୍ ସମ୍ପର୍କରେ କହିଛନ୍ତି। ସେ ଅବୁଲ ଫଜଲଙ୍କ କାହାଣୀକୁ ମନେ ପକାଇ କାଶ୍ମୀରୀ କେଶରକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆକବରଙ୍କ ଦରବାରର ଜଣେ ପ୍ରମୁଖ ସଦସ୍ୟ ଥିଲେ ଅବୁଲ ଫଜଲ। ସେ ଥରେ କାଶ୍ମୀର ଗସ୍ତ ପରେ କହିଥିଲେ ଯେ କାଶ୍ମୀରରେ ଏପରି ଦୃଶ୍ୟ ରହିଛି, ଯେଉଁଥିରେ କ୍ରୋଧିତ ଲୋକମାନେ ମଧ୍ୟ ଖୁସିରେ ହୋଇଯିବେ।

ସାଫ୍ରନ୍ କାଶ୍ମୀର ସହିତ ଶତାବ୍ଦୀ ଧରି ଜଡିତ ରହିଛି। କାଶ୍ମୀରୀ କେଶର ମୁଖ୍ୟତ ପୁଲୱାମା, ବଡଗାମ୍‌, ଏବଂ କିସ୍ତୱାର୍‌ ପରି ସ୍ଥାନରେ ଚାଷ କରାଯାଏ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଚଳିତ ବର୍ଷ ମେ ମାସରେ କାଶ୍ମୀରର କେଶରକୁ ଜିଆଇ ଟ୍ୟାଗ୍ ମିଳିଥିଲା। ଏହା ମାଧ୍ୟମରେ ଆମେ କାଶ୍ମୀର ସାଫ୍ରନ୍‌କୁ ଏକ ଆନ୍ତର୍ଜାତୀୟ ବ୍ରାଣ୍ଡ କରିବାକୁ ଚାହୁଁଛୁ।

ମନ୍ କି ବାଟ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କାଶ୍ମୀରୀ ସାଫ୍ରନ୍ ମସଲା ଭାବରେ ସର୍ବଭାରତୀୟ ସ୍ତରରେ ପ୍ରସିଦ୍ଧ, ଯେଉଁଥିରେ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଛି। ଏହା ଅତ୍ୟନ୍ତ ସୁଗନ୍ଧିତ, ଏହା ଗାଢ ରଙ୍ଗର ହୋଇଥାଏ। ଯାହା ଏହାର ଔଷଧୀୟ ମୂଲ୍ୟ ବୃଦ୍ଧି କରିଥାଏ। ଏହା ଜାମ୍ମୁ କାଶ୍ମୀରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିନିଧିତ୍ୱ କରେ। ଗୁଣବତ୍ତା ଦୃଷ୍ଟିରୁ କାଶ୍ମୀରର ସାଫ୍ରନ୍ ଅତ୍ୟନ୍ତ ଅନନ୍ୟ ଏବଂ ଅନ୍ୟ ଦେଶର ସାଫ୍ରନ୍‌ଠାରୁ ସମ୍ପୂର୍ଣ୍ଣ ଭିନ୍ନ। କାଶ୍ମୀରର ସାଫ୍ରନ୍ ଜିଆଇ ଟ୍ୟାଗ୍ ଠାରୁ ଏକ ଭିନ୍ନ ପରିଚୟ ପାଇଛି।

ପିଏମ ମୋଦୀ କହିଛନ୍ତି ଯେ ଆପଣ ଜାଣି ଖୁସି ହେବେ ଯେ ଜିଆଇ ଟ୍ୟାଗ ସାର୍ଟିଫିକେଟ୍ ପାଇବା ପରେ ଏହା ଦୁବାଇର ଏକ ସୁପର ମାର୍କେଟରେ ଲଞ୍ଚ କରାଯାଇଥିଲା। ବର୍ତ୍ତମାନ ଏହାର ରପ୍ତାନି ବୃଦ୍ଧି ପାଇବାରେ ଲାଗିଛି। ଏହା ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଆମର ପ୍ରୟାସକୁ ଆହୁରି ଦୃଢ କରିବ। ଏହା ଦ୍ୱାରା ସାଫ୍ରନ୍‌ କୃଷକମାନେ ମଧ୍ୟ ବିଶେଷ ଉପକୃତ ହେବେ।

Comments are closed.