ଭୁବନେଶ୍ୱର: ଲାଞ୍ଚ ନେଇ ଧରାପଡିଲା ମହିଳା ପୋଲିସ ଅଧିକାରୀ । ଲାଞ୍ଚ ଟଙ୍କା ସହ ରେଡ ହାଣ୍ଡରେ ଧରାପଡିଛନ୍ତି ସହିଦ ନଗର ଥାନା ଏଏସଆଇ ମମତା ବସ୍ତଆ । ୧୫ ତହାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଛି ଭିଜିଲାନ୍ସ ।
ଏକ ମାମଲାରେ ସହଯୋଗ କରିବା ପାଇଁ ସହିଦ ନାଗର ଥାନା ଏଏସଆଇ ମମତା ବସ୍ତିଆ ଜଣେ ଏତଲାକାରୀଙ୍କଠାରୁ ୧୫ ହଜାର ଲାଞ୍ଚ ନେଉଥିଲେ । ଏହି ମାମଲାର ତଦନ୍ତ ନିଜେ ମମତା ବସ୍ତିଆ କରୁଥିଲେ । ଭିଜିଲାନ୍ସ ମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ASI ବସ୍ତିଆଙ୍କ ଦୁଇଟି ଘରେ ଚଢ଼ାଉ କରିଛି ।
ଏଏସଆଇଙ୍କ ବିରୋଧରେ ଭିଜିଲାନ୍ସରେ ମାମଲା ରୁଜୁ ହୋଇଛି । ଏ ନେଇ ତଦନ୍ତ ଜାରି ରହିଛି । ତଦନ୍ତ ପରେ ସବିଶେଷ ବିବରଣୀ ସାମ୍ନାକୁ ଆସିବ ।
Comments are closed.