Latest Odisha News

BREAKING NEWS

ବଗିଚାରେ ଲଗାନ୍ତୁ ଏହିସବୁ ଗଛ; ମିଳିବ ଶୁଭ ଫଳ

ସାଧାରଣତଃ ଲୋକମାନେ ନିଜ ଘରର ବାହାରେ କିମ୍ବା ବାଡ଼ି ବଗିଚାରେ ନାନା ପ୍ରକାର ବୃକ୍ଷଲତା ଲଗାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏହି ବୃକ୍ଷଲତାକୁ ଯଦି ବାସ୍ତୁ ନିୟମ ଅନୁସାରେ ରୋପଣ କରାଯାଏ ତେବେ ଏଥିରୁ ଅନେକ ଶୁଭଫଳ ମିଳିଥାଏ। ବାସ୍ତୁଶାସ୍ତ୍ରରେ ବୃକ୍ଷଲତାଙ୍କ ମାଧ୍ୟମରେ ଅନେକ ଦୋଷ ନିବାରଣ କଥା ‘ମତ୍ସ୍ୟପୁରାଣ’ରେ ବର୍ଣ୍ଣନା କରାଯାଇଛି। ଏହି ବୃକ୍ଷଲତାକୁ ବଗିଚାରେ ଲଗାଇବା ସହିତ ଔଷଧ ପ୍ରସ୍ତୁତି କରି ଅନେକ ସମସ୍ୟାକୁ ସମାଧାନ କରାଯାଇଥାଏ। ତେବେ ଆସନ୍ତୁ ସେ ବିଷୟରେ ନଜର ପକେଇବା।

କେଉଁ ଗଛ ଲଗାଇଲେ ଶୁଭଫଳ ମିଳେ:-

ଗୃହରେ ଯଦି ଅଶୁଭ ଗଛ ଅଛି ତେବେ ଏହାକୁ ବିଧାନର ସହ ଓପାଡି ଦେବେ ଅନ୍ୟଥା କିଛି ଶୁଭଗଛ ଯେମିତି ଅଶୋକ, ନାଗେଶ୍ୱର, ଆଦି ଗଛ ଲଗାଲେ ଭଲ। ଘର ବଗିଚାରେ ଚମ୍ପା, ଗୋଲାପ, ଡାଳିମ୍ବ, ତୁଳସି, ବେଲ, ଅପରାଜିତା, ନଡ଼ିଆ, ଭୃଙ୍ଗରାଜ, ଅଙ୍ଗୁର ଆଦି ନିଜ ସୁବିଧା ହିସାବରେ ଲଗାଇବା ଗୃହ ପରିବେଶ ପାଇଁ ଶୁଭଦାୟକ ହୋଇଥାଏ । ଘର ଭିତରେ ମନିପ୍ଲାଣ୍ଟ ଗଛ ଲଗାଇଲେ ଏହାକୁ ପୂର୍ବ, ଉତ୍ତର ଦିଗରେ ଲଗାଇବା ଉଚିତ ।

କେଉଁ ଗଛ ଲଗାଇବେ ନାହିଁ:-

ଶ୍ମଶାନ, ଦେବାଳୟ, ଉଇହୁଙ୍କାଯୁକ୍ତ ବୃକ୍ଷ ,ଆଶ୍ରମରେ ବଢିଥିବା ଗଛ, ଚଡ଼କ ମାରିଥିବା ବୃକ୍ଷ, ତୋଫାନରେ ଗଳି ପଡିଥିବା ବୃକ୍ଷ, ମହୁଫେଣା ଥିବା ବୃକ୍ଷର କାଠ ଘର ତିଆରିରେ ଲଗାଇବା ଠିକ ନୁହେଁ। ଗୃହର ପାଖରେ କଣ୍ଟାଥିବା ଗଛ, ପିଆଶାଳ, ମହୁଲି, ବରକୋଳି ଗଛ ଲଗାଇବେ ନାହିଁ। ବାସ୍ତୁଶାସ୍ତ୍ର ମତରେ ପୂର୍ବ ଦିଗରେ ବଡ ବୃକ୍ଷ ରହିବା ଉଚିତ ନୁହେଁ କାରଣ ସୂର୍ଯ୍ୟଙ୍କ କିରଣ ସିଧା ସଳଖ ଘର ଭିତରକୁ ଆସିବାରେ ଅସୁବିଧା ହେଇଥାଏ।

Leave A Reply

Your email address will not be published.