Latest Odisha News

BREAKING NEWS

ପଞ୍ଜୁରି

ପଞ୍ଜୁରି

ମାନମୟୀ ରଥ

ଆମେ ଶିଖିବା ବନ୍ଦ କରିଥିବା ଶିକ୍ଷକ
ଉଚ୍ଚାକାଂକ୍ଷୀ ଅଭିଭାବକ
ଗଢିପାରୁକି ପିଲାମାନଙ୍କୁ ?

ଆମେ ଚାହିଁ ରହୁ
ଓ ଈର୍ଷା କରୁ
ସେମାନଙ୍କ ସ୍ମିତକୁ ଓ ବିସ୍ମୟଵୋଧକୁ ।
ଆମେ ଅସହଣୀ ହୋଇ ଚାହୁଁ
ସେମାନଙ୍କ ମୁହଁର ଫୁଲକୁ ।

ଆମ ଅନୁଷ୍ଠାନ ଓ ପରିବାରରେ
ସେମାନେ ବନ୍ଦୀହୁଅନ୍ତି କ୍ରମଶଃ,
ଆମକୁ ମୁକ୍ତିର ସୂତ୍ର ଦେଇ
ସେମାନେ ଆବଦ୍ଧ କରନ୍ତି ନିଜକୁ ।
ଆମକୁ ଗଢିବାର ଚେଷ୍ଟା କରି
ସେମାନେ ଶେଷରେ
ଭାଙ୍ଗି ଚାଲନ୍ତି ଆପଣା ଆପଣାକୁ ।

………………….
ଅଧ୍ୟକ୍ଷା
ସେଣ୍ଟ ଜାଭିଅର କିଡ୍ସ, ବାଲିପୁଟ, ପୁରୀ

Leave A Reply

Your email address will not be published.