Latest Odisha News

BREAKING NEWS

ଏଥର ୩ ନୂଆ ଚାନ୍ଦି ମେଢରେ ଚମକିବ କଟକ ଦୁର୍ଗାପୂଜା

କଟକ: ଚଳିତ ବର୍ଷ କଟକ ଦୁର୍ଗାପୂଜାରେ ଚମକିବ ଆଉ ୩ଟି ନୂଆ ଚାନ୍ଦି ମେଢ । ଯାହାଫଳରେ ସିଲଭର୍ ସିଟିରେ ଏହି ଦୁର୍ଗାପୂଜାରେ ପ୍ରାୟ ୨୭ଟି ପେଣ୍ଡାଲ୍ ଗଢିଉଠିବ ।

ଛତ୍ର ବଜାର, ଗଙ୍ଗା ମନ୍ଦିର ଓ ବିଡାନାସୀ ପୂଜା କମିଟି ଦ୍ୱାରା ୩ ନୂଆ ଚାନ୍ଦି ମେଢର ଆୟୋଜନ କରାଯିବ । ଏହି ମେଢ ନିର୍ମାଣ କରାଗଲେ ଆହୁରି ଅଧିକ ଝଲସି ଉଠିବ ଏବର୍ଷର ଦୁର୍ଗାପୂଜା ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି ।

ଏସମ୍ପର୍କରେ ଛତ୍ର ବଜାର ପୂଜା କମିଟିର ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି, ଚଳିତ ବର୍ଷ କମିଟିକୁ ୧୦୦ ବର୍ଷ ପୂରୁଛି । ତେଣୁ ଏହି ଅବସରକୁ ସ୍ମରଣୀୟ କରିବା ଲାଗି ସର୍ବସମ୍ମତି କ୍ରମେ ୨୫୦ କେଜି. ରୂପା ସହ ଚାନ୍ଦି ମେଢ କରିବା ଲାଗି ଆମେ ନିଷ୍ପତ୍ତି ଗ୍ରହଣ କରିଛି । ଏପରିକି ସ୍ଥାନୀୟ ଲୋକମାନେ ସ୍ୱଇଚ୍ଛାରେ ଏଥିଲାଗି ଦାନ ମଧ୍ୟ କରିଛନ୍ତି ।

“ଆମ ପୂଜା କମିଟିକୁ ଏଥର ୭୫ ବର୍ଷ ହେଉଥିବାରୁ ଆମେ ୨୨୦ କେଜିର ଦେବୀ ମେଢ କରିବାକୁ ଯାଉଛୁ” ବୋଲି ବିଡାନାସୀ ପୂଜା କମିଟିର ମୁଖ୍ୟ ଟୁକୁନି ଶତପଥୀ କହିଛନ୍ତି ।

ସେହିପରି ଗଙ୍ଗା ମନ୍ଦିର ପୂଜା କମିଟି ନିଜର ୨୫ ବର୍ଷ ପୂର୍ତ୍ତି ଅବସରକୁ ସ୍ମରଣୀୟ କରିବା ଲାଗି ପ୍ରାୟ ୧୯୨ କେଜି.ରୂପାର ବ୍ୟବହାର କରି ମେଢ ନିର୍ମାଣ କରିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.