Latest Odisha News

BREAKING NEWS

ଇଂଲଣ୍ଡ ଗସ୍ତ ଲାଗି ଘୋଷିତ ଭାରତୀୟ ମହିଳା ହକି ଦଳରେ ୩ ଓଡିଆ ଖେଳାଳୀ

ନୂଆଦିଲ୍ଲୀ: ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ଶୃଙ୍ଖଳା ଲାଗି ହକି ଇଣ୍ଡିଆ ଶୁକ୍ରବାର ଦିନ ଘୋଷିତ କରିଥିବା ୧୮ ଜଣିଆ ଭାରତୀୟ ମହିଳା ଦଳରେ ୩ ଓଡିଆ ଖେଳାଳୀ ସ୍ଥାନ ପାଇଛନ୍ତି।

ଓଡିଶାର ଏହି ୩ ଜଣ ହକି ଖେଳାଳୀଙ୍କ ମଧ୍ୟରେ ନମିତା ଟପ୍ପୋ, ଲିଲିମା ମିଞ୍ଜ ଓ ଦୀପ ଗ୍ରେସ ଏକ୍କା ରହିଛନ୍ତି ।

ଏସମ୍ପର୍କରେ ହକି ଇଣ୍ଡିଆ ତରଫରୁ ଘୋଷଣା କରାଯାଇଛି ।

ଏହି ଭାରତୀୟ ହକି ଦଳରେ ରାନୀଙ୍କୁ କ୍ୟାପଟେନ୍ ଏବଂ ଉପ-ଅଧିନାୟକ ଦାୟିତ୍ୱ ସବିତା ସମ୍ଭାଳିବେ । ଏହି ଗସ୍ତରେ ଭାରତ ଇଂଲଣ୍ଡ ବିପକ୍ଷରେ ୫ଟି ମ୍ୟାଚ ଖେଳିବ।

ସୂଚନାଯୋଗ୍ୟ, ଏହି ମ୍ୟାଚ୍ ସେପ୍ଟେମ୍ବର ୨୭ ତାରିଖରୁ ଅକ୍ଟୋବର ୪ ମଧ୍ୟରେ ଖେଳାଯିବ ।

Leave A Reply

Your email address will not be published.