Latest Odisha News

BREAKING NEWS

ୟାକୁ କ’ଣ କବିତା କୁହାଯାଏ !

ୟାକୁ କ’ଣ କବିତା କୁହାଯାଏ !

ଅବିନାଶ ସାହୁ

(ଏକ)
– ତମ ଆଖି ଏତେ ଲାଲ୍ କାହିଁକି?
– ତମ ହୃଦୟର ରଙ୍ଗ ବୋଧେ ମୋ ଆଖିରେ ଚଢିଯାଇଚି

(ଦୁଇ)
– ସାୱାର୍ ନବାକୁ ପଡିଲା ଦେହର ତାତି ହଟେଇବା ପାଇଁ
– ମୋର ଇଚ୍ଛା, ସାୱାରରେ ରୋମାନ୍ସର ତାତି ବଢେଇବା ପାଇଁ

(ତିନି)
– ତମେ ବହୁତ୍ ଟାୟାଡ୍ ଲାଗୁଚ
– ଛୁଇଁଦିଅ ମୋତେ, ଫ୍ରେସ୍ ହେଇଯିବି

(ଚାରି)
– ଗେଟ୍ ଅପ୍… ହନି !
– ଗୋଟେ ହଗ୍ ଦିଅନା
– କଉଠି ଦେବି? ସାର୍ଟ ଭିତରେ ନା ଉପରେ
– ଦେହ ଭାରି ଝାଳୁଆ, ଉପରେ ଦିଅ

(ପାଞ୍ଚ)
– ସତରେ ମୋ ପ୍ରେମ ତମ କହରା ଆଖିରେ ବନ୍ଧା ପଡିଗଲା
– ବୋଧେ ସେଥିଲାଗି ମୋ ମନ ଧୀରେଧୀରେ ହେଇଉଠୁଛି ଗୈରିକ

(ଛଅ)
– ତମେ ମତେ କେତେ ଭଲପାଅ
– ତମ କ୍ଲିଭେଜ୍ ରେ ଯେତିକି ଅନ୍ଧାର, ସେତିକି, ମାପି ପାରିବ ତ ମାପ

(ସାତ)
– ଗୋଟେ ଚିପ୍କୁ ହଗ୍ ଦେଲ
– ଉଃ… ଗରମ, ଝାଳ
– ସେ ଝାଳରେ ମତେ ଗାଧେଇଦିଅ
– ହେ, ଅଠାଅଠା ଲାଗିବ
– ତମ ପ୍ରେମରେ କଣ କମ ଅଠା କି !

(ଆଠ)
– ଜାଣିଛ ନା, ମତେ ଶାଢି ପିନ୍ଧିବାକୁ ବହୁତ ସମୟ ଲାଗେ
– ମୁଁ ଶିଖେଇ ଦେବି, ଶୀଘ୍ର ପିନ୍ଧିପାରିବ
– ତମଠୁ ଶିଖିଲେ ବହୁତ ଗଡବଡ ହେଇଯିବ
– ଭାବୁଛ ମୋତେ ପିନ୍ଧେଇ ଆସେନି ?
– ନା ନା, ଶାଢି ପିନ୍ଧଉ ପିନ୍ଧଉ ତମେ ଯଦି ମତେ ପିନ୍ଧି ପକାଅ… !

……………………..
ମୋବାଇଲ : ୭୦୦୮୪୫୧୮୮୭ / ୭୮୭୩୦୭୪୧୪୨
ଜନ୍ମ : ୭ ସେପ୍ଟେମ୍ବର ୧୯୯୦

Leave A Reply

Your email address will not be published.