Latest Odisha News

BREAKING NEWS

ବିଜୟ କୁମାର ସାହୁଙ୍କୁ ସାଇ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ନିଆରା ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍ ଡଃ ବିଜୟ କୁମାର ସାହୁଙ୍କର ଅକାଳ ବିୟୋଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସ୍କୁଲର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ଭର୍ଚୁଆଲ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି।

ସ୍କୁଲର ପୁରାତନ ଛାତ୍ରଛାତ୍ରୀମାନେ ଡଃ ସାହୁଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ପୁରୀଠାରେ ବାଳୁକା ଶିଳ୍ପୀ ମାନସ ସାହୁଙ୍କ ତତ୍ୱାବଧାନରେ ଏକ ବାଳୁକା କଳା ପ୍ରସ୍ତୁତ କରିଥିଲେ।

ଗୋଟିଏ ମିନିଟର ନିରବ ପ୍ରାର୍ଥନା ସହ ଗୁରୁ ବନ୍ଦନାରୁ ସ୍ମୃତି ସଭା ଆରମ୍ଭ ହୋଇଥିଲା। ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଶେଷୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୁରୀ ଗଜପତି ଦିବ୍ୟସିଂହ ଦେବ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଚେୟାରମ୍ୟାନ୍ ସୁବ୍ରତ ବାଗ୍‌ଚୀ, ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସାଂସଦ ଅମର ପଟ୍ଟନାୟକ, ସିବିଏସ୍‌ଇ ଚେୟାରମ୍ୟାନ୍ ମନୋଜ୍ ଆହୁଜା, ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ପି.କେ.ମହାପାତ୍ର, ଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ, ବିଏମ୍‌ସି କମିଶନର୍ ସଞ୍ଜୟ ସିଂ, କ୍ରୀଡ଼ା ଏବଂ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ୍ ଦେବ୍‌, ପୂର୍ବତନ କେନ୍ଦ୍ର ଶିକ୍ଷା ସଚିବ ଅନିଲ୍ ସ୍ୱରୂପ, ବ୍ରିଟିଶ୍ କାଉନସିଲ୍‌ର ସହକାରୀ ନିର୍ଦ୍ଦେଶକ ରିିକା ପାଟ୍ରିକ୍‌ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏହି ସମାରୋହରେ ପ୍ରଫେସର୍ ଗଶେଷୀ ଲାଲ୍ କହିଛନ୍ତି ଯେ, ଦେଶ ଓ ରାଜ୍ୟ ପାଇଁ ଡଃ ସାହୁଙ୍କର ଶିକ୍ଷା ଦିଗରେ ଥିବା ଅବଦାନ ଚିର ସ୍ମରଣୀୟ । ଏଭଳି ବ୍ୟକ୍ତିତ୍ୱଙ୍କ କାର୍ଯ୍ୟକୁ ମନେରଖିବା ପାଇଁ ପଟିଆ ଛକରୁ ଇନଫୋସିଟିକୁ ସଂଯୋଗ କରୁଥିବା ରାସ୍ତାକୁ ‘ବିଜୟ ପଥ’ ବା ‘ବିଜୟ ମାର୍ଗ’ ନାମରେ ନାମିତ କରାଯାଉ।

ରାଜ୍ୟପାଳଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ ପଟିଆ ଛକରୁ ଇନଫୋସିଟିକୁ ସଂଯୋଗ କରୁଥିବା ରାସ୍ତାକୁ ‘ବିଜୟ ପଥ’ ବା ‘ବିଜୟ ମାର୍ଗ’ ନାମରେ ନାମିତ କରାଯିବାକୁ କାର‌୍ୟ୍ୟକାରୀ କରିବା ପାଇଁ ସ୍କୁଲର ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଅବସରରେ କହିଛନ୍ତି ଯେ, ଡଃ ସାହୁଙ୍କ ପରି ଜଣେ ଶିକ୍ଷାବିତ୍‌ଙ୍କୁ ହରାଇବା ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ଅଟେ । ଯେତେବେଳେ ବି ଦେଖାହୁଏ ସେ ସର୍ବଦା ଶିକ୍ଷାର ମାନ ବୃଦ୍ଧି ନେଇ ଆଲୋଚନା କରିଥାନ୍ତି। ସାଇ ଇଣ୍ଟରନ୍ୟାସନାଲକୁ ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ କରିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

Leave A Reply

Your email address will not be published.