Latest Odisha News

BREAKING NEWS

ସଡକ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଦେହାନ୍ତ

ଭୁବନେଶ୍ୱର: ପରଲୋକରେ ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜ । ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା ।

କିଛି ସମୟ ତଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଭୁବନେଶ୍ୱର ଉପକଣ୍ଠ ଯାଁଳା ନିକଟରେ ଏକ ଅଜଣା ଗାଡି ତାଙ୍କ ବାଇକକୁ ଧକ୍କା ଦେବାରୁ ସେ ରାସ୍ତା ଉପରେ ପଡିଯାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଗାଡିଟି ତାଙ୍କ ମୁଣ୍ଡ ଉପରେ ଚଢିଯିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇଥିବା ଗାଡିଟିର ଡ୍ରାଇଭର ଗାଡି ନେଇ ସେଠାରେ ଫେରାର ହୋଇଯାଇଛି ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଶ୍ରୀ ମଙ୍ଗରାଜ ୧୯୮୦ ମସିହାରେ ନିଜର ସାମ୍ବାଦିରତା କ୍ୟାରିଅର ଆରମ୍ଭ କରିଥିବା ବେଳେ ସମ୍ବାଦ ଓ ପ୍ରଜାତନ୍ତ୍ର ଭଳି ଖବର କାଗଜରେ ଦୀର୍ଘ ବର୍ଷ ଧରି କାମ କରିଥିଲେ । ପରବର୍ତ୍ତୀ ସମୟରେ ସେ ତାଙ୍କର ସାପ୍ତାହିକ ଖବର କାଗଜ ‘ନେତା’ ପ୍ରକାଶ କରିଆସୁଥିଲେ । ଗତ କିଛି ବର୍ଷ ତଳେ ତାଙ୍କ ପତ୍ନୀ ଲେଖିକା ତଥା ସାମ୍ବାଦିକା ଜୋତ୍ସ୍ନା ରାଉତରାୟଙ୍କର ମୃତ୍ୟୁ ହୋଇଥିଲା ।

ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ରାଜନୈତିକ କ୍ୟାରିଅର ଉପରେ ଏକ ବହି ‘ବିଜୁ ବିଜୁ ବିଜୁ’ ଲେଖିଥିଲେ । । ଯାହା ବିଜୁ ବାବୁଙ୍କ କିଛି ବିରଳ ଫଟୋ ଓ ତଥ୍ୟ ଏଥିରେ ସ୍ଥାନିତ ହୋଇଥିଲା ।

ଶ୍ରୀ ମଙ୍ଗରାଜଙ୍କ ପରଲୋକରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.