Latest Odisha News

BREAKING NEWS

ଉଦଘାଟିତ ହେଲା ସାଇ ଅଲମ୍ପିକ୍ସ-୨୦୧୯

ଭୁବନେଶ୍ୱର: ବାର୍ଷିକ କ୍ରୀଡ଼ା ଉତ୍ସବ ସାଇ ଅଲମ୍ପିକ୍ସର ୭ମ ସଂସ୍କରଣ ଗୁରୁବାର ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଉଦ୍ଘାଟିତ ହୋଇଯାଇଛି ।

ଏହି ଅବସରରେ ‌‌ କୌଶଳ ବିକାଶ ତଥା ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥି ଏବଂ ଅଲମ୍ପିଆନ୍ ଆଥଲେଟ୍ ଦୁତୀ ଚାନ୍ଦ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ ।

ଆହୁରି ମଧ୍ୟ ଶ୍ରୀ ନାୟକ କହିଥିଲେ ଯେ, ଖେଳ ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ବ୍ୟକ୍ତି ରୂପେ ଗଢ଼ିତୋଳିବାରେ ସାହାଯ୍ୟ କରିଥାଏ । ତେଣୁ ବିଭିନ୍ନ ଖେଳ ପ୍ରତିଯୋଗୀତା ଗୁଡ଼ିକରେ ଭାଗନେବା ସହ ଖେଳକୁ ନିଜ ଜୀବନର ଏକ ଅଭିନ୍ନ ଅଙ୍ଗ ରୂପେ ଗଢ଼ିବା ପାଇଁ ପ୍ରୋତ୍ସାହିତ କରିଥିଲେ ।

ସେହିପରି ଆଥଲେଟ୍ ଦୁତୀ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଖେଳକୁ ନିଜର କ୍ୟାରିୟର ରୂପେ ଗ୍ରହଣ କରିବା ଏବଂ ନିୟମିତ ଶାରିରୀକ ବ୍ୟାୟାମ ମାଧ୍ୟମରେ ଦେହ ଓ ମନକୁ ସୁସ୍ଥ ରଖିବା ପାଇଁ ପ୍ରେରିତ କରିଥିଲେ । ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଛାତ୍ରଛାତ୍ରୀ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଖେଳ ପ୍ରତିଯୋଗୀତା ଗୁଡ଼ିକରେ ଭାଗନେଇ ଉକ୍ରୃଷ୍ଟ ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ ।

ସାଇ ଇଣ୍ଟରନ୍ୟାସନାଲର ପ୍ରତିଷ୍ଠାତା ଓ ମେଣ୍ଟର୍ ଡଃ ବିଜୟ କୁମାର ସାହୁ କହିଥିଲେ “ଛାତ୍ରଛାତ୍ରୀମାନେ ନିଜ ଭିତରେ ଖେଳୁଆଡ଼ ମନୋଭାବ ରହିବା ଦ୍ୱାରା ସେମାନଙ୍କ ଭିତରେ ବିନମ୍ରତା, ଭଦ୍ରତା ଓ କଠିନ ପରିଶ୍ରମ କରିବାର ସଂକଳ୍ପ ବିକଶିତ ହୋଇପାରିବ ଯାହା ଦ୍ୱାରା ସେମାନଙ୍କୁ ଜୀବନରେ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିପାରିବେ” ।

ପରିଶେଷରେ ଜାତୀୟ ସ୍ତର କ୍ରୀଡ଼ା ପ୍ରତିଯୋଗୀତା ଏବଂ ଇଣ୍ଟରହାଉସ୍ ପ୍ରତିଯୋଗୀତା ଗୁଡ଼ିକରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କ୍ରୀଡ଼ା ଶିକ୍ଷକ ଶେଖ୍ ସମିମ୍ ଓ ସଞ୍ଜୟ ସାହୁ ଖେଳ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ସିନିୟର ପ୍ରିନ୍ସପାଲ୍ ନୀଳକଣ୍ଠ ପାଣିଗ୍ରାହୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.