Latest Odisha News

ସମୟ ବଦଳିଛି ହେଲେ ସାଇ ପଲ୍ଲବୀ ବଦଳିନାହାଁନ୍ତି; ସେଥିପାଇଁ ‘ଅର୍ଜୁନ ରେଡ୍ଡୀ’ ହାତଛଡା ହେଲା

ଚେନ୍ନାଇ: ସନ୍ଦୀପ ରେଡ୍ଡୀ ବାଙ୍ଗା ୨୦୧୭ ମସିହାରେ ‘ଅର୍ଜୁନ ରେଡ୍ଡୀ’ ଫିଲ୍ମରୁ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ। ଫିଲ୍ମଟି ସେହି ସମୟରେ ବ୍ଲକବଷ୍ଟର ହୋଇଥିଲା। ଏହି ଫିଲ୍ମରେ ବିଜୟ ଦେବରକୋଣ୍ଡା ଏବଂ ଶାଲିନୀ ପାଣ୍ଡେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ରବିବାର ସାଇ ପଲ୍ଲବୀ ଏବଂ ନାଗା ଚୈତନ୍ୟଙ୍କ ଆଗାମୀ ଚଳଚ୍ଚିତ୍ର ‘ଥାଣ୍ଡେଲ’ର ପ୍ରି-ରିଲିଜ୍ କାର୍ଯ୍ୟକ୍ରମରେ ସନ୍ଦୀପ କହିଛନ୍ତି ଯେ ଅର୍ଜୁନ ରେଡ୍ଡୀ ଫିଲ୍ମର ମୂଖ୍ୟ ଭୂମିକା ପାଇଁ ସାଇ ପଲ୍ଲବୀ ତାଙ୍କର ପ୍ରଥମ ପସନ୍ଦ ଥିଲେ।

ସେ ଆହୁରି ମଧ୍ଯ କହିଥିଲେ ଯେ ସେ କେରଳରେ ଜଣେ ବ୍ୟକ୍ତିଙ୍କ ସହ ଦେଖା କରିଥିଲେ ଯିଏକି ତାଙ୍କୁ ସାଇ ପଲ୍ଲବୀଙ୍କ ସହ ସାକ୍ଷାତକାର କରାଇଦେଇଥକହିଥିଲ ସନ୍ଦୀପ ସେହି ବ୍ୟକ୍ତିଙ୍କ ସହ କଥା ହୋଇ କହିଥିଲେ ଯେ ମୋ ପାଖରେ ଏକ କାହାଣୀ ଅଛି ଯେଉଁଥିରେ ଅଭିନେତା ଜଣକ  ପ୍ରେମରେ ପଡି ନିଜ ଜୀବନକୁ ନଷ୍ଟ କରିଦେଇଥାଏ ଓ ଏହା ଏକ ରୋମାଣ୍ଟିକ କାହାଣୀ। ସେ ଏଥିରେ ମୁଖ୍ଯ ଅଭିନେତ୍ରୀ ଭାବରେ ସାଇ ପଲ୍ଲବୀଙ୍କୁ ନେବାକୁ ଚାହୁଁଥିଲେ।

ତେବେ ଫିଲ୍ମରେ ସାଧାରଣ ତେଲୁଗୁ ସିନେମାରୁ ବହୁତ ଅଧିକ ରୋମାଣ୍ଟିକ ଦୃଶ୍ୟ ରହିଥିଲା। ହେଲେ ସାଇ ପଲ୍ଲବୀ ରୋମାଣ୍ଟିକ ସିନ କରିବା ଦୂରର କଥା ସ୍ଲୀଭଲେସ ଡ୍ରେସ ମଧ୍ୟ ପିନ୍ଧନ୍ତି ନାହିଁ ବୋଲି ସେହି ବ୍ୟକ୍ତି ଜଣକ କହିଥିଲେ।

ଏହା ଶୁଣି ସାଇ ପଲ୍ଲବୀ ହସିବାରେ ଲାଗିଥିଲେ। ସନ୍ଦୀପ ରେଡ୍ଡୀ ଆହୁରି ମଧ୍ଯ କହିଥିଲେ ଯେ ସମୟ ସହିତ ପ୍ରତ୍ୟେକ ଅଭିନେତ୍ରୀ ପରିବର୍ତ୍ତନ ହୁଅନ୍ତି କିନ୍ତୁ ସାଇ ପରିବର୍ତ୍ତନ ହୋଇନାହାନ୍ତି।ଯାହାକି ତାଙ୍କର ସ୍ୱଭାବକୁ ଦର୍ଶାଇଥାଏ। ତେବେ ଏହିସବୁର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି।

 

 

Comments are closed.