Latest Odisha News

BREAKING NEWS

ବିବାଦରେ ସାଇ ପଲ୍ଲବୀ, ଭାରତୀୟ ସେନାକୁ ନେଇ ଏଭଳି କହିଥିଲେ… 

ନୂଆଦିଲ୍ଲୀ: ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଭାରତୀୟ ସେନା ଉପରେ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ସେ ଏବେ ବିବାଦରେ ରହିଛନ୍ତି।

ସେ କହିଥିଲେ ଯେ ଭାରତୀୟ ସେନାକୁ ପାକିସ୍ତାନରେ ଆତଙ୍କବାଦୀ ଗୋଷ୍ଠୀ ଭାବରେ ଦେଖାଯାଉଛି। କିନ୍ତୁ ଆମେ ମଧ୍ଯ ପାକିସ୍ତାନକୁ ଆତଙ୍କବାଦୀ ଭାବୁଛୁ ଏବଂ ସବୁ ଦେଖିବାର ଶୈଳୀ ଉପରେ ନିର୍ଭର କରେ। ତେବେ ସେ ହିଂସା ଭାବକୁ ପସନ୍ଦ କରନ୍ତି ନାହଁ ବୋଲି ମଧ୍ଯ କହିଛନ୍ତି।

ସୂଚନାଯୋଗ୍ଯ ଯେ ଏହି ଇଣ୍ଟରଭିଉଟି ୨୦୨୨ ମସିହାର। ଏହା ଉପରେ ଲୋକମାନେ ମଧ୍ଯ ମତ ଦେଇଛନ୍ତି। ଏକ ୟୁଜର୍ସ ନିଜ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ‘ଇତିହାସ ରୁ ପଲ୍ଲଭି ଫେରି ଆସିଛନ୍ତି। ତେବେ କାଶ୍ମୀରୀ ରେ ହୋଇଥିବା ହିନ୍ଦୁମାନଙ୍କ ହତ୍ୟାକାଣ୍ଡକୁ କଣ ପଶୁ ମାନଙ୍କର ବେପାର ସହିତ ତୁଳନା କରାଯିବ କି। ବର୍ତ୍ତମାନ ସେ ମାତା ସୀତାଙ୍କ ଭୂମିକାରେ ଅଭିନୟ କରୁଛନ୍ତି ଆଉ ଯଦି ଏମିତି ହୁଏ, ତେବେ ତାଙ୍କର ପି.ଆର ଟିମ୍ ହିଁ ତାଙ୍କର ଦର୍ଶକ ହୋଇରହିବେ।

ଉଲ୍ଲେଖଯୋଗ୍ୟ, ସାଇ ପଲ୍ଲବୀ ରାମାୟଣରେ ସୀତା ଏବଂ ରଣବୀର କପୁର ରାମ ଭୂମିକାରେ ଅଭିନୟ କରୁଛନ୍ତି। ‘କେଜିଏଫ୍’ ଅଭିନେତା ୟଶ ମଧ୍ୟ ରାବଣ ଭୂମିକାରେ ଅଛନ୍ତି। ପ୍ରଥମ ଥର ପାଇଁ ଏହି ତିନିଜଣଙ୍କୁ ଏକାଠି ଦେଖିବାକୁ ମିଳିବ। ସନି ଦେଓଲ ପ୍ରଭୁ ହନୁମାନଙ୍କ ଭୂମିକାରେ ଥିବା ବେଳେ ସାଇ ପଲ୍ଲବୀ ଫିଲ୍ମ ‘ରାମାୟଣ’ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

 

Leave A Reply

Your email address will not be published.