ଲଣ୍ଡନ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ସାଈ ସୁଦର୍ଶନ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି । ଅବଶ୍ୟ ସାଈ ଖାତା ଖୋଲି ନ ପାରି ପ୍ରଥମ ଇନିଂସରେ ପ୍ୟାଭିଲିୟନ ଫେରି ଯାଇଛନ୍ତି । ତେବେ ବିରାଟ କୋହଲି, ସୌରଭ ଗାଙ୍ଗୁଲି, ରାହୁଲ ଡ୍ରାଭିଡଙ୍କ ସହ ତାଙ୍କର ଏକ ସଂଯୋଗ ସୃଷ୍ଟି ହୋଇଛି । ଜୁନ ୨୦ରେ ଏହି ଖେଳାଳିମାନେ ସେମାନଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ୨୦ ଜୁନ ୧୯୯୬ରେ ଇଂଲଣ୍ଡ ବିପକ୍ଷରେ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ କ୍ୟାରିୟର ଆରମ୍ଭ କରିଥିଲେ ।
ସେହିପରି ୨୦୧୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ କୋହଲି ଏହି ତାରିଖରେ ଟେଷ୍ଟ ପଦାର୍ପଣ କରିଥିଲେ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସେମାନଙ୍କ ଟେଷ୍ଟ କ୍ୟାରିୟର ପ୍ରଶଂସନୀୟ ରହିଥିଲା । ଏବେ ଦେଖିବା କଥା ସାଈଙ୍କ ଟେଷ୍ଟ କ୍ୟାରିୟର କିପରି ରହୁଛି । ଚେତେଶ୍ୱର ପୂଜାରା ଟେଷ୍ଟ କ୍ୟାପ ସାଈଙ୍କୁ ପ୍ରଦାନ କରିଥିଲେ । ପଦାର୍ପଣ ଟେଷ୍ଟରେ ଗାଙ୍ଗୁଲି ଶତକ ହାସଲ କରିଥିବା ବେଳେ ଡ୍ରାଭିଡ ୯୫ ରନ କରି ଆଉଟ ହୋଇଥିଲେ ।
Comments are closed.