ନୂଆଦିଲ୍ଲୀ : ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ କରିଥିବା ସନ୍ଦିଗ୍ଧ ଅଭିଯୁକ୍ତ ଅଟକ ।ଛତିଶଗଡ଼ରେ ତାକୁ ଅଟକ ରଖିଛି RPF। ସନ୍ଦିଗ୍ଧ ହେଲା ୩୧ ବର୍ଷୀୟ ଆକାଶ କୈଳାଶ କନୋଜିଆ ବୋଲି ଜଣାପଡ଼ିଛି । ଦୁର୍ଗ ରେଲୱେ ଷ୍ଟେସନରେ ଏବେ ରେଳ ସୁରକ୍ଷା ବଳ କଷ୍ଟୋଡିରେ ଅଛି ସେ । ଶନିବାର ଦିନ ପ୍ରାୟ ୨ଟା ବେଳେ ମୁମ୍ବାଇ-ହାୱଡ଼ା ଜ୍ଞାନେଶ୍ବରୀ ଏକ୍ସପ୍ରେସରୁ ତାକୁ ଧରିଛନ୍ତି RPF ଅଧିକାରୀ । ଜେନେରାଲ୍ ବଗିରେ ସେ ଯାଉଥିଲା । ଅଭିଯୁକ୍ତ ବାବଦରେ ସୂଚନା ପାଇବା ମାତ୍ରେ ମୁମ୍ବାଇ ପୋଲିସ, RPFକୁ ଅଭିଯୁକ୍ତର ଫଟୋ ପଠାଇଥିଲା । ଟ୍ରେନ ନାଁ ଏବଂ ନମ୍ବର ମଧ୍ୟ ପଠାଇଥିଲା ମୁମ୍ବାଇ ପୋଲିସ ।
ଅଭିଯୁକ୍ତ ଆକାଶକୁ ଧରିବା ପରେ ମୁମ୍ବାଇ ପୋଲିସ ସହ ଭିଡିଓ କଲରେ କଥା କରାଇଛି RPF । ମୁମ୍ବାଇ ପୋଲିସର ଏକ ଟିମ୍ ଦୁର୍ଗ ଅଭିମୁଖେ ଯାଉଛି । ସନ୍ଦିଗ୍ଧ ଯୁବକ, ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ କରିଛି କି ନାହିଁ… ସେ ହିଁ ପ୍ରକୃତ ଅଭିଯୁକ୍ତ କି ନୁହେଁ, ତାହା ଖୁବ ଶୀଘ୍ର ସ୍ପଷ୍ଟ କରିବ ମୁମ୍ବାଇ ପୋଲିସ । ବିନା ଟିକେଟରେ ଯାତ୍ରା କରୁଥିଲା ସନ୍ଦଗ୍ଧ । RPFକୁ ପ୍ରଥମେ ସେ ନାଗପୁର ଏବଂ ପରେ ବିଳାସପୁର ଯାଉଛି ବୋଲି କହିଥିଲା । ଗତ ବୁଧବାର ରାତିରେ ସୈଫ ଅଲ୍ଲୀ ଖାନଙ୍କ ବାସଭବନରେ ପଶି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲା ।
ମୁମ୍ବାଇ ବାନ୍ଦ୍ରାରେ ଥିବା ସୈଫଙ୍କ ସଦଗୁରୁ ଆପାର୍ଟମେଣ୍ଟରେ ପଶିଥିଲା ଦୁର୍ବୃତ୍ତ। ସୈଫଙ୍କ ପୁଅ ତାଇମୁର ଶୋଇଥିବା ରୁମରେ ପ୍ରବେଶ କରିଥିଲା । ତାଇମୁରଙ୍କ ଦାୟିତ୍ବରେ ଥିବା ନର୍ସ ଏହା ଜାଣିବା ପରେ ପାଟି କରିଥିଲେ । ପରେ ସୈଫ ଅଲ୍ଲୀ ଖାନ ଆସିଥିଲେ ଏବଂ ଦୁର୍ବୃତ୍ତ ସହ ତାଙ୍କର ହାତାହାତି ହୋଇଥିଲା । ସେହି ସମୟରେ ଦୁର୍ବୃତ୍ତ ତାଙ୍କୁ ଛୁରୀରେ ୬ ଥର ଆକ୍ରମଣ କରିଥିଲା । ସୈଫଙ୍କ ଶରୀରରେ ଛୁରୀର ଅଢେଇ ଇଞ୍ଚ, ଭାଙ୍ଗି ରହି ଯାଇଥିଲା । ଲୀଲାବତି ହସ୍ପିଟାରେ ଅପରେସନ କରାଯାଇ ଭଙ୍ଗା ଛୁରୀକୁ ବାହାର କରାଯାଇଛି ।
BREAKING NEWS
- ମହିଳାମାନଙ୍କୁ ଉଦ୍ୟୋଗୀରେ ରୂପାନ୍ତରିତ କରୁଛି ହିଣ୍ଡାଲ୍କୋର ‘ପ୍ରୋଜେକ୍ଟ ଶକ୍ତି’
- Arvind Mahapatra’s Suspension: ବିଜୁ ବାବୁଙ୍କ ସହ ପିତା ଯାହା କରିଥିଲେ ପୁଅ ଆଜି ସେହି ରାସ୍ତାରେ: ବିଜେଡି
- ଭାରତ ବିପକ୍ଷରେ ଡାରେଲ ମିଚେଲଙ୍କ କୀର୍ତିମାନ
- ବାଣ ଭିଡୁଥିଲା ବେଳେ ବିସ୍ଫୋରଣ, ଜଣେ ମୃତ
- Rourkela Plane Crash: ବିମାନ ଦୁର୍ଘଟଣା ମୃତକଙ୍କ ପରିବାରର ଜଣଙ୍କୁ ମିଳିବ ଚାକିରି
- Sports Awards: ପ୍ରୀତିସ୍ମିତା, କାଳୁଚରଣ, ଏମଜିଏମ୍କୁ ‘ଓସଜା’ ପୁରସ୍କାର
- Diamond Land: ଏଇଠି ଅଛି ବିଶ୍ଵର ଡାଇମଣ୍ଡ ଲ୍ୟାଣ୍ଡ, ହୀରାର ଚମକ୍ ଏବଂ ମୂଲ୍ୟ ଏତେ ଯେ ଫିକା ପଡିଯିବ କୋହିନୂର୍…
- ଗଞ୍ଜାମର ୨୫ରୁ ଊର୍ଦ୍ଧ୍ବ ସ୍ଥାନରେ ଇଡି ଚଢ଼ାଉ; ୨.୬୩ କୋଟି ଜବତ
- Encounter: ଆତଙ୍କବାଦୀ-ସୁରକ୍ଷାକର୍ମୀ ମଧ୍ୟରେ ଗୁଳିବିନିମୟ ଜାରି; ଜୈଶ ଆତଙ୍କି ଫସି ରହିଥିବା ଆଶଙ୍କା
- Rastrapati Bhawan: ୪୫ ଲକ୍ଷ ଇଟା, ୩୪୦ କୋଠରୀ, ନିର୍ମାଣ ପାଇଁ ଲାଗିଥିଲା ୧୭ ବର୍ଷ…ଏଥିପାଇଁ ସାରା ବିଶ୍ଵରେ ସ୍ୱତନ୍ତ୍ର ଭାରତର ରାଷ୍ଟ୍ରପତି ଭବନ…
Comments are closed.