ମୁମ୍ବାଇ: ସୁଟିଂ ସେଟରେ ଆହତ ହେଲେ ଅର୍ଜୁନ କପୁର ଓ ଜ୍ୟାକି ଭଗନାନି। ଅର୍ଜୁନ କପୁର ତାଙ୍କର ଆଗାମୀ ଫିଲ୍ମ ‘ମେରେ ହସବ୍ୟାଣ୍ଡ କି ବିବି ‘ ର ସୁଟିଂ କରୁଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି।
‘ମେରେ ହସବ୍ୟାଣ୍ଡ କି ବିବି’ ସେଟରେ ଏକ ଗୀତ ସୁଟିଂ ଚାଲିଥିବା ବେଳେ ହଠାତ୍ ଛାତ ଭୁଷୁଡି ଯାଇଥିଲା। ଯାହାଫଳରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଏହି ଦୁର୍ଘଟଣାରେ ଅଭିନେତା ଅର୍ଜୁନ କପୁର ଓ ଜ୍ୟାକି ଭଗନାନୀଙ୍କ ସମେତ ଅନେକ ଲୋକ ମଧ୍ଯ ଆହତ ହୋଇଛନ୍ତି। ଏହି ଗୀତଟି ମୁମ୍ବାଇର ଇମ୍ପେରିଆଲ ପ୍ୟାଲେସ ଅଫ୍ ରୟାଲ ପାମ୍ସରେ ସୁଟିଂ କରାଯାଉଥିଲା ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ପୁରୁଣା ହଲରେ ଅତ୍ୟଧିକ ଶବ୍ଦ ଯୋଗୁଁ ସେଟ୍ ଥରି ଉଠିବାରୁ ଛାତ ଭୁଶୁଡ଼ି ଯାଇଥିଲା। ଅର୍ଜୁନ କପୁରଙ୍କ କହୁଣୀ ଏବଂ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଡିଓପି ମନୁ ଆନନ୍ଦଙ୍କ ବୁଢ଼ା ଆଙ୍ଗୁଠି ଫ୍ରାକ୍ଚର ହୋଇଛି। ଏହାବ୍ୟତୀତ କ୍ୟାମେରାମ୍ୟାନଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି।
ଅଭିନେତା ଅର୍ଜୁନ କପୁର ଶେଷ ଥର ପାଇଁ ‘ସିଙ୍ଘମ ଏଗେନ୍’ ଫିଲ୍ମରେ ଡେଞ୍ଜର ଲଙ୍କାର ଚରିତ୍ରରେ ଅଭିନୟ କରିଥିଲେ। ଫିଲ୍ମରେ ତାଙ୍କର ନେଗେଟିଭ ଭୂମିକାକୁ ପ୍ରଶଂସକମାନେ ବହୁତ ପସନ୍ଦ ମଧ୍ଯ କରିଥିଲେ।
Comments are closed.