Latest Odisha News

ସୈଫଙ୍କୁ ଛୁରାମାଡ ଘଟଣା: ଆକ୍ରମଣ ନା ଅଭିନୟ..?, ପ୍ରଶ୍ନ କଲେ ବିଜେପି ମନ୍ତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ଘଟଣାକୁ ନେଇ ଏବେ ତେଜିଛି ମହାରାଷ୍ଟ୍ର ରାଜନୀତି । ବିରୋଧୀଙ୍କୁ କଡା ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ । ସୈଫଙ୍କ ଛୁରାମାଡ ଘଟଣାକୁ ଅଭିନୟର ଆଖ୍ୟା ଦେଇଛନ୍ତି, ବିଜେପି ନେତା ତଥା ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନୀତେଶ ରାଣେ । ବାସ୍ତବରେ ଏହି ଘଟଣା ଘଟିଛି, ନା ୫୪ ବର୍ଷୀୟ ଅଭିନେତା କେବଳ ଅଭିନୟ କରୁଛନ୍ତି ବୋଲି, ଏବେ ସେ ପ୍ରଶ୍ନ ଉଠାଇଛନ୍ତି ।

ଏନେଇ ମନ୍ତ୍ରୀ କହିଛନ୍ତି, ଯେତେବେଳେ ମୁଁ ସୈଫଙ୍କୁ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଦେଖିଲି, ସେତେବେଳେ ମୋତେ ସନ୍ଦେହ ହେଲା, ତାଙ୍କୁ ବାସ୍ତବରେ ଆକ୍ରମଣ କରାଯାଇଥିଲା, ନା ସେ ଅଭିନୟ କରୁଥିଲେ । ସେ ଯେତେବେଳେ ଆସୁଥିଲେ, ସେ ନାଚୁଥିଲେ । ଏମିତିକି, ସେ ସୈଫଙ୍କୁ, ଅଳିଆ ସହ ତୁଳନା କରିଛନ୍ତି । ଏନେଇ ରାଣେ କହିଛନ୍ତି, ପୂର୍ବରୁ ବାଂଲାଦେଶୀ, ମୁମ୍ବାଇ ଏୟାରପୋର୍ଟରେ ବୁଲୁଥିଲେ । ହେଲେ ଏବେ ସେମାନେ ସୈଫଙ୍କ ଘରେ ଫସିଲେଣି । ଯେଉଁମାନେ ରାସ୍ତାରେ ଛିଡା ହେଉଥିଲେ, ଏବେ ସେମାନେ ଘରେ ପଶୁଛନ୍ତି । ବୋଧେ ସେମାନେ ତାଙ୍କୁ (ସୈଫ) ନେବାକୁ ଆସିଥିବେ । ଏହା ଭଲ କଥା… ଅଳିଆକୁ ଦୂର କରିବା ଉଚିତ୍ ବୋଲି କହିଛନ୍ତି ମନ୍ତ୍ରୀ ।

ଏମିତିକି ସୈଫଙ୍କୁ ନେଇ ବିରୋଧୀଙ୍କ ଚିନ୍ତା ପ୍ରକଟକୁ ମଧ୍ୟ କଟାକ୍ଷ କରିଛନ୍ତି ମନ୍ତ୍ରୀ । କହିଛନ୍ତି, କଂଗ୍ରେସ ନେତ୍ରୀ ସୁପ୍ରିଆ ସୋଲେ, ସୈଫ ଅଲ୍ଲୀ ଖାନ୍, ଶାହରୁଖ ଖାନଙ୍କ ପୁଅ ଏବଂ ଏନସିପି ନେତା ନାଏବ ମଲ୍ଲିକଙ୍କ ପାଇଁ ଚିନ୍ତା ପ୍ରକଟ କରୁଛନ୍ତି । ଆପଣ କେବେ ତାଙ୍କ ମୁଡଁରୁ କୌଣସି ହିନ୍ଦୁ ଅଭିନେତାଙ୍କ ପାଇଁ ଚିନ୍ତିତ ହେବା ଶୁଣିଛନ୍ତି କି? ଯାହାକୁ ନେଇ ଏବେ ସରଗରମ ହୋଇଛି ମହାରାଷ୍ଟ୍ର ରାଜନୀତି ।

Comments are closed.