Latest Odisha News

BREAKING NEWS

କରୋନା କାଳରେ ବି ସୈଫ୍‌ଙ୍କ ଯୋଗୁ ବଲିଉଡ୍‌କୁ ହୋଇଥିଲା‌ ୪୦୦ କୋଟିର ଲାଭ

ନୂଆଦିଲ୍ଲୀ: ବଲିଉଡ୍‌ର ନବାବ୍‌ଜାଦ୍‌ ସୈଫ୍‌ ଅଲ୍ଲୀ ଖାନ୍ ଜଣେ‌ ଉଚ୍ଚକୋଟୀର କଳାକାର ହୋଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ଆଶା କରୁଥିବା ସଫଳତା ପାଇନଥିବା କୁହାଯାଏ।

ମହାମାରୀ ହେତୁ ୨୦୨୦ ବର୍ଷ ସମଗ୍ର ବିଶ୍ବବାସୀଙ୍କ ପାଇଁ ବହୁତ କଷ୍ଟସାଧ୍ୟ ପ୍ରମାଣିତ ହ‌ୋଇଥିଲେ ମଧ୍ୟ ଏହି ଅବଧି ମଧ୍ୟରେ ଅଭିନେତା ସୈଫ୍‌ଙ୍କ ଭାଗ୍ୟ ଉଜ୍ଜ୍ୱଳ ହୋଇଛି କହିଲେ ଭୁଲ୍‌ ହେବ ନାହିଁ। କହିବାକୁ ଗଲେ ଚଳିତ ବର୍ଷ କ୍ଷତିରେ ଚାଲୁଥିବା ବଲିଉଡ୍‌କୁ ସୈଫ୍‌ଙ୍କ ଯୋଗୁ ବହୁ ଫାଇଦା ମଧ୍ୟ ହୋଇଛି।

ରିପୋର୍ଟ ଅନୁଯାୟୀ ସୈଫ୍‌ଙ୍କ ଯୋଗୁ ବଲିଉଡ ଚଳିତ ବର୍ଷ ପ୍ରାୟ ୪୦୦ କୋଟି ରୋଜଗାର କରିଛି। ୨୦୨୦ ରେ ଅଭିନେତା କାମ କରିଥିବା ସମସ୍ତ ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି।

ବର୍ଷ ଆରମ୍ଭରେ ସୈଫ ଅଲି ଖାନ ତାନାଜୀରେ କାମ କରିବାର ସୁଯୋଗ ପାଇଲେ। ଦୀର୍ଘ ଦିନ ଧରି ଏକ ହିଟ୍ ଫିଲ୍ମକୁ ଅପେକ୍ଷା କରିଥିବା ସୈଫଙ୍କୁ ଏହି ଚଳଚ୍ଚିତ୍ର ମନ ମୁତାବକ ସଫଳତା ଲାଭ କରିଥିଲେ।

ତାନଜୀ ବକ୍ସ ଅଫିସରେ ୨୮୦ କୋଟି ରୋଜଗାର କରିଥିଲା। ଏହି ଚଳଚ୍ଚିତ୍ର ପୂର୍ବରୁ ସୈଫ୍‌ ରେସ୍ ୨ ହେତୁ ୧୦୦ କୋଟି କ୍ଲବର ସ୍ୱାଦ ଚାଖିଥିଲେ, କିନ୍ତୁ ଏହି ସଫଳତା ଆଉ କିଛି ଥିଲା। ସୈଫ୍‌ଙ୍କ ଅଭିନୀତ ଜବାନୀ ଜାନେମନ୍‌ ପ୍ରାୟ ୩୦ କୋଟି ଟଙ୍କା ଆୟ କରିଥିଲା।

Leave A Reply

Your email address will not be published.