Latest Odisha News

ଆଉଟଫିଟ୍କୁ ନେଇ ଟ୍ରୋଲର ଶିକାର ହେଲେ ସୈଫ୍

ମୁମ୍ବାଇ: ଆଉଟଫିଟକୁ ନେଇ ଟ୍ରୋଲର ଶିକାର ହେଲେ ସୈଫ୍ ଅଲ୍ଲୀ ଖାନ୍ । ନିକଟରେ ବଲିଉଡ ଅଭିନେତା ସୈଫ୍ ଅଲି ଖାନଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ଏହି ସମୟରେ ଅଭିନେତାଙ୍କୁ ଏପରି ଏକ ଆଉଟଫିଟରେ ଦେଖିବାକୁ ମିଳିଥିଲା ଯାହାକୁ ନେଇ ଜବରଦସ୍ତ ଟ୍ରୋଲର ଶିକାର ହୋଇଥିଲେ ସୈଫ୍ । ବିମାନବନ୍ଦରରେ ସୈଫ ପିନ୍ଧିଥିବା ଆଉଟଫିଟର ଭିଡିଓ ଯେତେବେଳେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା ସେତେବେଳେ ଅନେକ ଲୋକ ତାଙ୍କୁ କରୀନାଙ୍କ ଡ୍ରେସ ପିନ୍ଧିଥିବା କହିଥିଲେ ।

ବାସ୍ତବରେ ବିମାନବନ୍ଦରରେ ସୈଫ୍ ଅଲ୍ଲୀ ଖାନଙ୍କୁ ଏକ ନୀଳ ରଙ୍ଗର କୁର୍ତ୍ତା ପାଇଜାମାରେ ଦେଖିବାକୁ ମିଳିଥିଲା । ତା,ସହ ପାଦରେ କୋଲହାପୁରୀ ଚପଲ ଏବଂ ଆଖିରେ କଳା ଚଷମା ମଧ୍ୟ ପିନ୍ଧିଥିଲେ । ଭାଇରାଲ ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ,ବିମାନବନ୍ଦରରେ ସୈଫ୍ ଜଣେ ପାପାରାଜିଙ୍କ ସହ ଉଚ୍ଚ ସ୍ଵରରେ କଥା କହୁଛନ୍ତି ।

ତେବେ ବିମାନବନ୍ଦରରେ ସୈଫଙ୍କ ଆଉଟଫିଟର ଭିଡିଓ ଦେଖିବା ପରେ ୟୁଜର୍ସ ମାନଙ୍କର ଅନେକ କମେଣ୍ଟ ସାମ୍ନାକୁ ଆସିଛି । ଜଣେ ୟୁଜର ଲେଖିଛନ୍ତି- ‘କରୀନାଙ୍କ ପ୍ଲାଜୋ କାହିଁକି ପିନ୍ଧିଛ?’ ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ‘କଣ ଆପଣ ଭୁଲରେ କରିନାଙ୍କ କର୍ଡ ସୁଟ୍ ପିନ୍ଧିଛନ୍ତି କି? ଅନ୍ୟପଟେ ପାପାରାଜି ସହ ଉଚ୍ଚ ସ୍ଵରରେ କଥା ହେବାକୁ ନେଇ ମଧ୍ୟ କିଛି ୟୁଜର୍ସ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଇଛନ୍ତି । ଜଣେ ୟୁଜର କହିଛନ୍ତି ଯେ, ଏହି ଫ୍ଲଫ୍ ହିରୋର କେଉଁଠୁ ଏତେ ଆଟିଚ୍ୟୁଟ ଆସୁଛି । ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ଏତେ ଆଟିଚ୍ୟୁଟ ଆପଣ ନିଜ ଘରେ ଦେଖାନ୍ତୁ ।

 

Comments are closed.