ମୁମ୍ବାଇ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ପରିବାରର ୧୫ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ମଧ୍ୟପ୍ରଦେଶ ସରକାର ନିଜ କବଜାକୁ ନେଇପାରନ୍ତି।
ସୈଫ୍ ଅଲ୍ଲୀ ଖାନ ଏବଂ ଶର୍ମିଲା ଟାଗୋରଙ୍କ ପରିବାରର ସମ୍ପତ୍ତି କୋହେଫିଜାରୁ ଭୋପାଳର ଚିକଲୋଡ ପର୍ଯ୍ୟନ୍ତ ବ୍ୟାପିଛି। ପଟୌଦି ପରିବାରର ପ୍ରାୟ ୧୦୦ ଏକର ଜମିରେ ଦେଢ଼ ଲକ୍ଷ ଲୋକ ବସବାସ କରୁଛନ୍ତି। ସୂଚନା ଅନୁଯାୟୀ, ଭୋପାଳରେ ଥିବା ଏହି ସମ୍ପତ୍ତି ଉପରେ ୨୦୧୫ ମସିହାରୁ ଜାରି ଥିବା ଷ୍ଟେ ଶେଷ ହୋଇଛି।
ତେବେ ନବାବଙ୍କ ବଡ଼ ଝିଅ ଆବିଦା ପାକିସ୍ତାନ ଚାଲିଯାଇଥିବାରୁ ଏହି ସମ୍ପତ୍ତିକୁ ‘ଶତ୍ରୁ ସମ୍ପତ୍ତି’ ବୋଲି ବିବେଚନା କରାଯାଏ। ସୈଫ ଅଲ୍ଲୀ ଖାନ ଏବଂ ଶର୍ମିଲା ଟାଗୋରଙ୍କ ସମେତ ନବାବ ପରିବାରର ବଂଶଧରମାନେ ଏହି ସମ୍ପତ୍ତି ଉପରେ ଦାବି କରି ଆସୁଛନ୍ତି। ଅପରପକ୍ଷରେ ଏହି ସମ୍ପତ୍ତିର ସର୍ଭେ ସରକାର କରିବେ ଏବଂ ଆଇନଗତ ପ୍ରକ୍ରିୟା ଅନୁଯାୟୀ ଏହାକୁ ନିଜ ଦଖଲକୁ ମଧ୍ଯ ନେଇଯାଇପାରନ୍ତି। ପୂର୍ବରୁ ୨୦୧୫ ମସିହାରେ ମଧ୍ୟ ସରକାର ଏହି ସମ୍ପତ୍ତିକୁ ସରକାରୀ ସମ୍ପତ୍ତି ଭାବରେ ଘୋଷଣା କରିଥିଲେ।
Comments are closed.