ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲୀ ଖାଁ ଏବେ ଲୋକପ୍ରିୟ ନିର୍ମାତା ପ୍ରିୟଦର୍ଶନଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସେ ଏକ ଅନ୍ଧ ଲୋକଙ୍କ ଭୂମିକା କରିବେ । ଏହି ଫିଲ୍ମ ନେଇ ସେ ବେଶ ଉତ୍ସାହିତ ଅଛନ୍ତି ବୋଲି ସୈଫ କହିଛନ୍ତି । ମୋହନଲାଲ ଅଭିନୀତ ମାଲାୟଲମ ଫିଲ୍ମ ଓପ୍ପମର ଏହା ରିମେକ ବୋଲି ଅନୁମାନ କରାଯାଉଛି । ୨୦୧୬ରେ ଏହି ଫିଲ୍ମ ରିଲିଜ ହୋଇଥିଲା ଏବଂ ବକ୍ସ ଅଫିସରେ ଭଲ ବ୍ୟବସାୟ ମଧ୍ୟ କରିଥିଲା । ଉଭୟ ବର୍ଗର ଦର୍ଶକ ଏହାକୁ ପସନ୍ଦ କରିଥିଲେ । ନିକଟରେ ସୈଫଙ୍କ ଜୁଏଲ ଥୀଫର ଟ୍ରେଲର ଓଟିଟିରେ ବେଶ ପସନ୍ଦ କରାଯାଉଛି ।
ଏହାକୁ ନେଇ ଦର୍ଶକମାନେ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି । ଏଥିରେ ତାଙ୍କ ସହ ପାତାଲ ଲୋକ ଫେମ ଅଭିନେତା ଜୟଦୀପ ଅହଲୱାତ ଅଭିନୟ କରୁଛନ୍ତି । ସୈଫ ନିକଟରେ କୌଣସି ହିଟ ଫିଲ୍ମ ଦେଇ ନ ଥିବାରୁ ପ୍ରିୟଦର୍ଶନଙ୍କ ଫିଲ୍ମ ଉପରେ ସମ୍ପୂର୍ଣ୍ଣ ଆଶା ବାନ୍ଧି ରହିଛନ୍ତି । ପ୍ରିୟଦର୍ଶନଙ୍କ ଫିଲ୍ମରେ ସର୍ବଦା କିଛି ନୂଆ କଥା ଥିବାରୁ ଏକ ସ୍ୱତନ୍ତ୍ର ବର୍ଗର ଦର୍ଶକ ତାଙ୍କ ପ୍ରୋଜେକ୍ଟକୁ ଅପେକ୍ଷା କରିଥାନ୍ତି ।
Comments are closed.