Latest Odisha News

BREAKING NEWS

ବିଶ୍ୱ ଶାନ୍ତି ପାଇଁ ସନ୍ଦେଶ ଦେଲା ସାଇମୁନ୍ ୨୦୨୩

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପକ୍ଷରୁ ଆୟୋଜିତ ୨ ଦିନିଆ ସମ୍ମିଳନୀ ସାଇମୁନ୍ ୨୦୨୩ ଉଦଯାପିତ ହୋଇଛି । ଉଦଯାପନୀ ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସାଇ ଟ୍ରିବୁନର ଉନ୍ମୋଚନ କରିଥିଲେ ।

ସାଇମୁନ୍ ୨୦୨୩ରେ ସାଇ ଇଣ୍ଟରନ୍ୟାସନାଲ୍ ଏଜୁକେସନ୍ ଗ୍ରୁପର ଅଧ୍ୟକ୍ଷା ଶିଳ୍ପୀ ସାହୁ ଉଦବୋଧନ ଦେଇ କହିଥିଲେ, ଏହି କାର୍ଯ୍ୟକ୍ରମ ଆମ ସମସ୍ତଙ୍କୁ ଅନେକ କିଛି ଶିକ୍ଷା ଦେଇଛି । ଆମ ବିଦ୍ୟାର୍ଥୀଙ୍କୁ ଅନ୍ତର୍ଜାତୀୟ ଚ୍ୟାଲେଞ୍ଜ ସହ ଆଲୋଚନାର ସୁଯୋଗ ଦେଇଛି ।

ଜୁଲାଇ ୨୮ରେ ସାଇମୁନ୍ ୨୦୨୩ର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଜୟ ଇଣ୍ଡୋର ଷ୍ଟାଡିୟମର ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ୧୦ଟି ଦେଶରୁ ୮୦୦ ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ଯେଉଁଥିରେ ବିଶ୍ୱର ସମସ୍ୟା ଓ ତାର ସରଳ ସମାଧାନ ଉପରେ ତୀର୍ଯକ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.