Latest Odisha News

BREAKING NEWS

କଫି ଦୋକାନ ତଳୁ ମିଳିଲା ଅଦ୍ଭୁତ ଜୀବ: ଯାହାର ରହିଛି ୫୦୦ ଗୋଡ଼ , ବୈଜ୍ଞାନିକମାନେ ଦେଖି ଆଶ୍ଚର୍ଯ୍ୟ

ଲସ୍ ଆଞ୍ଜେଲ୍ସ: ଦୁନିଆରେ ଅନେକ ପ୍ରକାରର ଜୀବ ବାସ କରନ୍ତି । ସାଧାରଣତଃ ବୈଜ୍ଞାନିକମାନେ ଏହି ଜୀବମାନଙ୍କର ପ୍ରଜାତି ଏବଂ ସେମାନଙ୍କର ଗୁଣ ଉପରେ ନଜର ରଖିଥାନ୍ତି । କିନ୍ତୁ ଏହା ସହିତ ବିଶ୍ୱର ବିଭିନ୍ନ ସ୍ଥାନରୁ ଜୀବବିଜ୍ଞାନୀମାନେ ନୂତନ ପ୍ରଜାତିର ଜୀବ ସନ୍ଧାନ କରିବାରେ ନିୟୋଜିତ ହୋଇଥାନ୍ତି । ଅନେକ ଥର ଗଭୀର ସମୁଦ୍ର କିମ୍ବା ଘଞ୍ଚ ଜଙ୍ଗଲରେ ନୂତନ ପ୍ରଜାତିର ଜୀବମାନଙ୍କୁ ଠାବ କରିଥାନ୍ତି । ନିକଟରେ ବୈଜ୍ଞାନିକମାନେ ଏକ ବ୍ୟସ୍ତବହୁଳ ଅଞ୍ଚଳ କଫି ଦୋକାନ ତଳୁୁୁ ଏକ ନୂତନ ପ୍ରଜାତିର ଜୀବ ଠାବ କରିଛନ୍ତି, ଯାହାର ୫୦୦ ଗୋଡ଼ ରହିଛି ।

ବିଶେଷଜ୍ଞମାନେ ଏହି ନୂତନ ପ୍ରଜାତିର ଜୀବକୁ ଲସ୍ ଆଞ୍ଜେଲ୍ସର ଏକ କଫି ଦୋକାନ ତଳୁ ଉଦ୍ଧାର କରିଥିଲେ । ଦକ୍ଷିଣ କାଲିଫର୍ନିଆର ଅନୁସନ୍ଧାନ କରୁଥିବା ପରିବେଶବିତ୍‌ମାନେ ଏହି ଜୀବକୁ ଷ୍ଟାରବକ୍ସ ନିକଟରୁ ପାଇଥିଲେ । ତେଣୁ ଏହାର ନାମ ଲସ୍ ଆଞ୍ଜେଲସ୍ ଥ୍ରେଡ୍ ମିଲିପ୍ୟାଡ୍ ରଖିଥିଲେ । ଏହା ଦେଖିବାକୁ ପୁରା ଭିନ୍ନ ଥିଲା । ସବୁଠୁ ବଡ଼କଥା ଏହି ଜୀବର ଗୋଟେ କି ଦୁଇଟି ଗୋଡ଼ ନୁହେଁ ଥିଲା ୫୦୦ ଗୋଡ , ଯାହାକୁ ଦେଖି ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଯେଉଁଥିପାଇଁ ଏହା ଏକ ନୂତନ ପ୍ରଜାତି ବୋଲି ନିଶ୍ଚିତ ହୋଇଥିଲେ ।

ଏହି ଜୀବର ଲମ୍ବ ୪ ଇଞ୍ଚ ଥିବା ବେଳେ ଏହା ଏକ ପେନ୍ସିଲର ଟିପ୍ ପରି ପତଳା । ଏହା ଦେଖିବାକୁ ପୁରା ଧଳା ଓ ଉପର ଚମଡ଼ା ଜେଲି ମାଛ ପରି । ମାଟି ତଳୁ ପାଇଥିବା ଏହି ଜୀବଟି ସମ୍ପୂର୍ଣ୍ଣ ଅନ୍ଧ ଅଟେ । ଏହାକୁ ଉଦ୍ଧାର କରିବା ପରେ ମାଇକ୍ରୋସ୍କୋପ୍ ତଳେ ରଖାଯାଇଥିଲା । ଅନେକ ଦିନ ଧରି ବୈଜ୍ଞାନନିକମାନେ ଏପରି ଜୀବର ସନ୍ଧାନରେ ଥିଲେ । ବୈଜ୍ଞାନିକମାନେ କହିଛନ୍ତି ଯେ ଏପରି ଆବିଷ୍କାର ସାଧାରଣତଃ ଘଞ୍ଚ ଜଙ୍ଗଲରେ ହୋଇଥାଏ । କିନ୍ତୁ ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଯେ ଆମେ ରହୁଥିବା ଅଞ୍ଚଳରେ ଏହିପରି ଜୀବମାନେ ଲୁଚି ରହିଛନ୍ତି ।

Leave A Reply

Your email address will not be published.