Latest Odisha News

BREAKING NEWS

ବିଶ୍ୱ ସମସ୍ୟାର ସମାଧାନ ଓ ପ୍ରତିକାରର ସରଳ ଉପାୟ ପୁସ୍ତିକା ‘ସାଇ ଟ୍ରିବୁନ୍‌’ ଉନ୍ମୋଚିତ

ଭୁବନେଶ୍ଵର: ସାଇ ଇରନ୍ୟାସନାଲ୍ ସ୍କୁଲ୍ ଦ୍ୱାରା ଆୟୋଜିତ ପୂର୍ବ ଭାରତର ସର୍ବବୃହତ ମଡ଼େଲ୍ ୟୁନାଇଟେଡ଼୍ ନେସନ୍‌ସ୍ (ସାଇମୁନ୍‌)ର ଦ୍ୱାଦଶତମ ସଂସ୍କରଣ ଉଦ୍‌ଯାପିତ ହୋଇଯାଇଛି । ସାଇମୁନ୍ ସମ୍ପୂର୍ଣ୍ଣ ଭାବେ ଏକ ଯୁବ ସମାବେଶ ଯେଉଁଥିରେ ବିଶ୍ୱର ପ୍ରମୁଖ ସମସ୍ୟା ସମାଧାନ ଓ ତନ୍ମମଧ୍ୟରେ ଅନ୍ତର୍ନିହିତ ଜୀବନର ମୂଲ୍ୟବୋଧକୁ ଆବିଷ୍କାର କରିବା  ଉପରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା । ଏହି ସମ୍ମିଳନୀ ଜୁଲାଇ ୨୬ ଓ ୨୭ ଦୁଇ ଦିନ ଧରି ଚାଲିଥିଲା । ଏଥିରେ ଭାରତ ସମେତ ବିଶ୍ୱର ୧୭ଟି ଦେଶର ୭୨୦ ରୁ ଅଧିକ ଆନ୍ତର୍ଜାତୀୟ ପ୍ରତିନିଧି ସାମିଲ୍ ହୋଇଥିଲେ । ଏହି ଦେଶମାନଙ୍କ ମଧ୍ୟରେ ସିରିଆ, ଲିବିଆ, ନେପାଳ, ଆଇଭରି କୋଷ୍ଟ, ଶ୍ରୀଲଙ୍କା, ସାଉଦ୍ ସୁଦାନ, ୟୁଏଇ, ମାଲାୱି, କଟାଲ, ଜିମ୍ବାୱେ, ଥାଇଲାଣ୍ଡ, ଜାମ୍ବିଆ, ବାଙ୍ଗ୍‌ଲାଦେଶ, ଇଥୋପିଆ, ମୋଜାମ୍ବିକ୍‌, ଉଗାଣ୍ଡା ଏବଂ ଭାରତର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମର ଶେଷ ଉଦ୍‌ଯାପନି ସମାରୋହରେ ମିଳିତ ଜାତିସଂଘର ସୂଚନା କେନ୍ଦ୍ର ଭାରତ ଏବଂ ଭୂଟାନର ମୁଖ୍ୟ ଜାତୀୟ ସୂଚନା ଅଧିକାରୀ, ଅତିଥି ଶ୍ରୀ ଚନ୍ଦ୍ରମଉଳି ଗୁହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆନ୍ତର୍ଜାତୀୟ ପ୍ରତିନିଧିମାନେ ଖଣ୍ଡଗିରିରେ ଥିବା ଜୀବନଜ୍ୟୋତି ଅନାଥ ଆଶ୍ରମ କୁ ଯାଇ ଅନାଥ ଶିଶୁ ମାନଙ୍କ ସହ ମିଶି ବୃକ୍ଷରୋପଣ କରିବା ସହ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ବ୍ୟବହାର କରିବାର କୈାଶଳମାନ ଶିକ୍ଷାଇ ଥିଲେ । କମିଟି ମାଧ୍ୟମରେ ଆଲୋଚନା ପର୍ଯ୍ୟାଲୋଚନା ପରେ ସମସ୍ୟାର ସମାଧାନର ସରଳ ଉପାୟ ଏକ ପୁସ୍ତିକା ସାଇମୁନ ଟ୍ରିବ୍ୟୁନ୍ ଉନ୍ମୋଚିତ ହୋଇଥିଲା । ଏହାକୁ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟକୁ ପ୍ରେରିତ କରାଯିବ ।

କାର୍ଯ୍ୟକ୍ରମର ୧୦ଟି କମିଟି ମାଧ୍ୟମରେ ଆନ୍ତର୍ଜାତୀୟ ଅସ୍ତ୍ରଶସ୍ତ୍ର ବାଣିଜ୍ୟ ଚୁକ୍ତି ଗୁଡିକର ଆଇନଗତ କାର୍ଯ୍ୟକାରିତାକୁ ମୂଲ୍ୟାଙ୍କନ, ଯୁଦ୍ଧ ଅରାଧ, ବିଶ୍ୱ କ୍ଷୁଧା, ମହାମାରୀ, ସ୍ୱାସ୍ଥ୍ୟସେବା, ଆନ୍ତର୍ଜାତୀୟ ପ୍ରତିଷ୍ଠାନ ଗୁଡିକୁ ସଦ୍‌ଉପଯୋଗ କରିବା, ସବୁ ବର୍ଗର ନାଗରିକଙ୍କ ଶିକ୍ଷାକୁ ସୁନିଶ୍ଚିତକରିବା, ଉଜେନା ବୃଦ୍ଧି ନ କରି  ବ୍ୟାପକ ଶାନ୍ତିରକ୍ଷା କରିବା, ଆତଙ୍କବାଦ ବିରୋଧୀ ପଦକ୍ଷେ,  ଜାତୀୟ ସୁରକ୍ଷା ଏବଂ ସିଭିଲ୍ ଲିବର୍ଟିସ ମଧ୍ୟରେ ସନ୍ତୁଳନ ରକ୍ଷା କରିବା, ସ୍ଥାୟୀ ବିକାଶକୁ ପ୍ରେତ୍ସାହିତ କରିବା, ଇସ୍ରାଏଲ-ପାଲେଷ୍ଟାଇନ ଅଳରେ ଶିଶୁଙ୍କ ସୁରକ୍ଷା, ଲିଙ୍ଗଗତ ସମାନତା ହାସଲ କରିବା,  ଡ୍ରଗ୍ ଅପବ୍ୟବହାର ରୋକିବା ଏବଂ  ଜୈବ ବିବିଧତା ଓ ଇକୋସିଷ୍ଟମ୍ ଅବକ୍ଷୟକୁ ରକ୍ଷା କରିବା, ଦମନକାରୀ ବ୍ୟବସ୍ଥାରେ ପ୍ରେସ ସ୍ୱାଧିନତା ଏବଂ ସାମ୍ବାଦିକ ସୁରକ୍ଷାକୁ ଗୁରୁତ୍ୱ ଦେବା ବିଷୟରେ ଆଲୋଚନା କରାଯାଇଥିଲା ।

 

Comments are closed.