Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଇ-ସାଇମୁନ୍ ୨୦୨୧ ଉଦଯାପିତ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଦ୍ୱାରା ଆୟୋଜିତ ପୂର୍ବ ଭାରତର ସର୍ବବୃହତ ମଡେଲ୍ ୟୁନାଇଟେଡ୍ ନେସନ୍ସ୍ (ସାଇମୁନ୍)ର ନବମ ସଂସ୍କରଣ ଉଦଯାପିତ ହୋଇଯାଇଛି । ଜୁଲାଇ ୩୦ ଓ ୩୧ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା ଏହି ସମ୍ମିଳନୀ । ଏଥିରେ ବିଶ୍ୱର ୨୦ଟି ଭିନ୍ନ ଭିନ୍ନ ଦେଶର ୬୨ଟି ସ୍କୁଲର ହଜାରେରୁ ଅଧିକ ଅନ୍ତର୍ଜାତୀୟ ପ୍ରତିନିଧି ଭର୍ଚୁଆଲରେ ସାମିଲ ହୋଇଥିଲେ ।

ମୁଖ୍ୟ ଅତିଥି ଭାବରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ଆମେରିକା ଜାତିସଂଘର ସ୍ଥାୟୀ ପ୍ରତିନିଧି ଏଚ୍ଇ ଡେମ୍ ବାରବରା ଉଡଓ୍ୱାର୍ଡ ଓ ମୁଖ୍ୟ ବକ୍ତା ଭାବରେ ସେଣ୍ଟର ଫର୍ ଏନଭର୍ଣ୍ଣମେଣ୍ଟ ଏଜୁକେସନର ସିନିୟର ପ୍ରୋଗାମ୍ ଡାଇରେକ୍ଟର ପ୍ରଭଜୋନ୍ ସୋଢ଼ୀ, ୟୁଏନଡିପିର ଡେପୁଟୀ ରେସିଡେଣ୍ଟ ରିପ୍ରେଜେଣ୍ଟିଭ୍ ନଦିଆ ରସିଦ୍ ଓ ସାଇ ଇଣ୍ଟରନ୍ୟାସନାଲର ଅଧ୍ୟକ୍ଷା ଡକ୍ଟର ଶିଳ୍ପୀ ସାହୁ ଯୋଗ ଦେଇଥିଲେ ।

ଛାତ୍ରଛାତ୍ରୀମାନଙ୍କୁ ନେତୃତ୍ୱ ଗଢ଼ିବା, ଆପୋଷ କଥାବାର୍ତ୍ତା ମାଧ୍ୟମରେ ପୃଥିବୀର ବିଭିନ୍ନ ସମସ୍ୟାର ସମାଧାନର ଉପାୟ ବାହାର କରିବା, ପରସ୍ପର ମଧ୍ୟରେ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରାଯାଇଥିଲା । ସେହିପରି କରୋନା କାଳରେ ବର୍ତ୍ତମାନର ବଡ଼ ସମସ୍ୟା କୋଭିଡ୍ ଟିକା, ଚିକିତ୍ସା ଉପକରଣ ଯଥା ପିପିଏ କିଟ୍, ମାସ୍କ, ଅକ୍ସିଜେନ୍ ସିଲିଣ୍ଡର ଉପରେ ବିଶେଷ ଆଲୋଚନା କରାଯାଇଥିଲା ।

ଇରାକ, ଇଥୋପିଆ, ହାଇତି ଆଦି ଦେଶଗୁଡ଼ିକରେ ଅର୍ଥନୈତିକ ଓ ଖାଦ୍ୟ ସଙ୍କଟ ପାଇଁ ବିଶ୍ୱର ସହାୟତା ଲୋଡ଼ିଥିଲେ । ଇସ୍ରାଏଲ୍ ପାଲେଷ୍ଟାଇନ୍ ଅସ୍ତ୍ରବିରତି ବିବାଦ ନେଇ ଜାତିସଂଘରେ ଏହା ଶାନ୍ତି ସମାଧାନ ଉପରେ ବିଚାରବିମର୍ଶ ବି କରାଯାଇଥିଲା । ପରମାଣୁ ଅସ୍ତ୍ରର ବ୍ୟାପକ ବ୍ୟବହାର ହ୍ରାସ ପାଇଁ ଦେଶମାନଙ୍କ ମଧ୍ୟରେ ଚୁକ୍ତି ସମ୍ବନ୍ଧୀୟ ଆଲୋଚନା ବି ଇ-ସାଇମୁନ୍ ୨୦୨୧ ହୋଇଥିଲା ।

ସେହିପରି ବିଭିନ୍ନ ଦେଶଗୁଡ଼ିକର ସାଂସ୍କୃତିକ ସମ୍ପତ୍ତିର ବେଆଇନ୍ କାରବାର ଓ ଆଇନ୍ ପ୍ରଣୟନର ବୃଦ୍ଧି ବିଷୟକୁ ନେଇ ଚିନ୍ତା ପ୍ରକଟ କରିଥିଲେ ବିଶିଷ୍ଟ ବ୍ୟକ୍ତିବେଶଷ । ସ୍ୱଦେଶୀ ଭାଷାଗୁଡ଼ିକର ସୁରକ୍ଷା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁରୁତ୍ୱାରୋପ କରାଯାଇଛି । ବିସ୍ତୃତ ବିଚାରବିମର୍ଶ ପରେ ବିଭିନ୍ନ ସମସ୍ୟାର ସମାଧାନର ସରଳ ଉପାୟ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟକୁ ପଠାଯାଇଛି । “ବସୁଧୈବ କୁଟୁମ୍ବକମ୍’ । ଅର୍ଥାତ ସାରା ବିଶ୍ୱ ଗୋଟିଏ ପରିବାର ଶୀର୍ଷକ ବାର୍ତ୍ତା ନେଇ ସାଇମୁନର ଉଦଯାପନୀ ଉତ୍ସବରେ ଯୋଗ ଦେଇଥିବା ବିଭିନ୍ନ ଦେଶର ଛାତ୍ରଛାତ୍ରୀମାନେ ବିଦାୟ ନେଇଥିଲେ ।

Leave A Reply

Your email address will not be published.