Latest Odisha News

BREAKING NEWS

ଗୁରୁତର ରୋଗରେ ପୀଡିତ ସାଇନା ନେହୱାଲ!

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲଙ୍କ କ୍ୟାରିୟର ବର୍ତ୍ତମାନ ଅସୁବିଧାରେ ପଡିଛି। ସେ ଗୁରୁତର ରୋଗ (ଆର୍ଥ୍ରାଇଟିସ୍) ରେ ପୀଡିତ ଅଛନ୍ତି। ତାଙ୍କ ଆଣ୍ଠୁଗଣ୍ଠି ସମସ୍ୟା ବର୍ତ୍ତମାନ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଏହି କାରଣରୁ ସେ ଆଗକୁ ବ୍ୟାଡମିଣ୍ଟନ କ୍ୟାରିୟର ଜାରି ରଖିବାରେ ଅସମର୍ଥ ହୋଇପାରନ୍ତି। ଏହି ସମସ୍ୟା ହେତୁ ସେ ଅବସର ନେବାକୁ ମଧ୍ୟ ଚିନ୍ତା କରିପାରନ୍ତି ବୋଲି ହିଣ୍ଟସ୍ ଦେଇଛନ୍ତି।

ନିକଟରେ ଏକ ପୋଡକାଷ୍ଟରେ ସେ ଆର୍ଥ୍ରାଇଟିସ୍ ରୋଗରେ ପୀଡିତ ବୋଲି ପ୍ରକାଶ କରିଥିଲେ। ତେବେ ଏହି ରୋଗ ଯୋଗୁ ଏକ୍ସରସାଇଜ୍ ଏବଂ ଅଭ୍ୟାସ କରିବାରେ ସେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବ୍ୟାଡମିଣ୍ଟନ କ୍ଷେତ୍ରରେ ଅଲିମ୍ପିକ ପଦକ ଜିତିଥିବା ପ୍ରଥମ ମହିଳା ଖେଳାଳି ସାଇନା ନେହଓ୍ୱାଲ୍ । ସେ ନିଜ କ୍ୟାରିୟରରେ ଅନେକ ମାଇଲଖୁଣ୍ଟ ହାସଲ କରିଛନ୍ତି।

Comments are closed.