Latest Odisha News

BREAKING NEWS

ସାଇନା ଶେୟାର କଲେ ତାଙ୍କ ବାୟୋପିକ୍ ଫିଲ୍ମର ନୂତନ ଲୁକ୍‌

ମୁମ୍ବାଇ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ତାଙ୍କ ଆତ୍ମଜୀବନୀ ଉପରେ ନିର୍ମିତ ହେଉଥିବା ଫିଲ୍ମର ନୂତନ ଲୁକ୍ ଶେୟାର କରିଛନ୍ତି । ଫିଲ୍ମରେ ପରିଣୀତି ଚୋପ୍ରା ତାଙ୍କ ଭୂମିକା ତୁଲାଉଛନ୍ତି । ସାଇନା ଫଟୋ ଶେୟାର କରି ଲେଖିଛନ୍ତି ମୋର ପ୍ରତିଛବି । ଫଟୋରେ ପରିଣୀତି ପ୍ରଫେଶନାଲ ଖେଳାଳି ପରି ଲାଗୁଛନ୍ତି ।

ପୂର୍ବରୁ ଏହି ଫିଲ୍ମରେ ଶ୍ରଦ୍ଧା କାପୁର ଅଭିନୟ କରିବାର ଥିଲା । ମାତ୍ର ପରେ ତାଙ୍କ ସ୍ଥାନରେ ପରିଣୀତିକୁ ସୁଯୋଗ ମିଳିଲା । ଏଥିପାଇଁ ସେ କଠିନ ପରିଶ୍ରମ ମଧ୍ୟ କରିଛନ୍ତି । ସାଇନା ଫିଲ୍ମର ଟିମକୁ ଶୁଭେଚ୍ଛା ଜଣାଇବା ସହ ଏହି ଯାତ୍ରାରେ ମୁଁ ତୁମମାନଙ୍କ ସହ ରହିଛି ବୋଲି କହିଛନ୍ତି ।

Leave A Reply

Your email address will not be published.