Latest Odisha News

BREAKING NEWS

କୁଳଡିହା ହାତୀଙ୍କ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ

ଭୁବନେଶ୍ୱର: ଝାଡ଼ଖଣ୍ଡ ହାତୀ ନୀଳଗିରି ମୁହାଁ ହୋଇଥିବା ବେଳେ ବନ ବିଭାଗ ଏକପ୍ରକାର ଚିନ୍ତିତ ହୋଇପଡିଛି।

ସୂଚନା ଅନୁଯାୟୀ ଗତକାଲି ରାତ୍ରୀରେ କୁଳଡିହା ହାତୀ ଅଭୟାରଣ୍ୟରୁ ବାହାରି ଧାନ ଫସଲ ନଷ୍ଟ କରିବା ବନ ବିଭାଗ ଙ୍କ ନିଦ ହଜାଇ ଦେଇଛି। କୁଳଡିହା ଅଭୟାରଣ୍ୟରୁ ଦୁଇଗୋଟି ହାତୀ ସୀମାନ୍ତ ଗାଁ ନୀଳଗିରି ଏନଏସି ଅଧିନ ଶାଳବନ୍ଧ ଗାଁ ନିକଟରେ ଥିବା ଧାନ ଫସଲକୁ ଆସି ଉପଦ୍ରଵ ଚଳାଇଥିଲେ।

ବ୍ୟାପକ ଧାନ ଫସଲ ଖାଇବା ସହ ପାଦ ତଳେ ନଷ୍ଟ ମଧ୍ୟ କରୁଛନ୍ତି। ଚାଷୀକୁଳ ହତାଶ ହୋଇଥିବା ବେଳେ ହାତୀଙ୍କ ଦାଉରୁ କିପରି ଧାନ ଫସଲ ସୁରକ୍ଷା ଦେବେ ଏନେଇ ଚିନ୍ତା ଘାରିଛି।

ହାତୀପାଖ ଗାଁକୁ ପଶି ଘରଦ୍ୱାର ଭାଙ୍ଗିବା ଭୟ ରହିଥିବା ବେଳେ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ବନବିଭାଗ ଫସଲ ସୁରକ୍ଷା କରିବା ସହ ଗାଁ ସୁରକ୍ଷା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ବନବିଭାଗ ହାତୀ ଘଉଡିବା ବେଳେ ଗୋଟିଏ ହାତୀ ଅଭୟାରଣ୍ୟ ଭିତରକୁ ପଶିଯାଇଥିବା ବେଳେ ଗୋଟିଏ ଦନ୍ତା ପାଲଟା ଆକ୍ରମଣ କରିବାକୁ ଗୋଡାଇବାକୁ ପଛାଇନଥିଲା।

ଗୋଟିଏ ପଟେ ଝାଡ଼ଖଣ୍ଡ ପାଇଲଟ ଦନ୍ତା ଫେରିବା ପରେ ଶତାଧିକ ହାତୀ ଆସିବା ଏକ ପ୍ରକାର ସୂଚନା ମିଳିଥିବା ବେଳେ ଆଉ ଗୋଟିଏ ପଟେ କୁଳଡିହା ହାତୀଙ୍କ ଉପଦ୍ରବ ବୋଝ ଉପରେ ନଳିତା ବିଡ଼ା ସଦୃଶ କୁହାଯାଇଛି।

 

 

Leave A Reply

Your email address will not be published.