Latest Odisha News

BREAKING NEWS

କାହିଁକି ବିବାହ ବାର୍ଷିକି ପାଳିବେନି ଦିଲ୍ଲୀପ-ସାଏରା?

ମୁମ୍ବାଇ: ୭୦ ଦଶକର ବଲିଉଡର ମୋଷ୍ଟ ପାୱାରଫୁଲ ଯୋଡି ଦିଲ୍ଲୀପ କୁମାର ଓ ସାଏରା ବାନୋ । ଆଜି ତାଙ୍କର ୫୪ତମ ବିବାହ ବାର୍ଷିକି । ତେବେ ବିବାହ ବାର୍ଷିକି ଅବସରରେ ଏଦୁହେଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଏମାନେ ନିଜ ବିବାହ ବାର୍ଷିକି ପାଳିବେନି । କରୋନା ମହାମାରୀ ଯୋଗୁଁ ନିଜ ୱେଡିଂ ଆନିଭର୍ସରୀକୁ ପାଳନ କରିବେ ନାହିଁ ବୋଲି ବଲିଉଡର ଏହି ଯୋଡି ନିଷ୍ପତି ନେଇଛନ୍ତି ।

ଏନେଇ ଦିଲ୍ଲୀପ ନିଜେ ତାଙ୍କ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି । କରୋନାରେ ତାଙ୍କ ଭାଇଙ୍କ ଦେହାନ୍ତ ପରେ ସେ ଚଳିତ ବର୍ଷ ତାଙ୍କ ବିବାହ ବାର୍ଷିକି ପାଳନ କରିବେ ନାହିଁ ବୋଲି କହିଛନ୍ତି । ଏହା ସହ ସାଏରା ମଧ୍ୟ ଲେଖିଛନ୍ତି ଯେ, ଅକ୍ଟୋବର ୧୧ ମୋ ଜୀବନର ସବୁଠାରୁ ମହତ୍ୱପୂର୍ଣ୍ଣ ଦିନ । ଏହି ଦିନ ମୁଁ ଦିଲ୍ଲୀପ ସାହେବଙ୍କୁ ବିବାହ କରିଥିଲି । ହେଲେ ଆମେ ଉଭୟ ଏହି ଦିନକୁ ଆଜି ପାଳନ କରିବୁ ନାହିଁ ।

Leave A Reply

Your email address will not be published.