Latest Odisha News

BREAKING NEWS

କେବଳ ରିଲ୍ ନୁହେଁ ରିଅଲରେ ବି ସେ ସେହେନସା

ଭୁବନେଶ୍ୱର: କିଏ କହେ ତାଙ୍କୁ ବାଦଶାହ କିଏ କହେ ସେହେନସା ଆଉ କିଏ ଆନଗ୍ରି ୟଙ୍ଗମ୍ୟାନ୍ । ହଁ ସେ ହେଉଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । କେବଳ ରିଲ୍ ନୁହେଁ ରିଅଲରେ ବି ସେହେନସା ତାହା ସେ ପ୍ରମାଣ କରି ଦେଖାଇଛନ୍ତି ।

ଗତ କିଛି ମାସ ତଳେ ଅମିତାଭ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହି ଖବର ଜଣାପଡିବା ପରେ ଅଗଣିତ ଫ୍ୟାନ ତାଙ୍କ ପାଇଁ ବ୍ୟସ୍ତ ବିବ୍ରତ ହୋଇପଡିଥିଲେ । ସମସ୍ତେ ପ୍ରାର୍ଥନା କରିଥିଲେ ସେ କେମିତି ଭଲ ହୋଇ ଫେରନ୍ତୁ । ଶେଷରେ କରୋନାକୁ ମାତ ଦେଇ ଘରକୁ ସୁସ୍ଥ ହୋଇ ଫେରିଥିଲେ ବିଗ୍ ବି ଓ ତାଙ୍କ ।

କେବଳ ଏହି ଗୋଟିଏ ଘଟଣା ନୁହେଁ ପ୍ରାୟ ୩୯ ବର୍ଷ ତଳେ ଏମିତି ଏକ ଘଟଣା ଘଟିଥିଲା ଯାହା କି କୁହାଯାଏ ସେତେବେଳେ ଅମିତାଭଙ୍କର ପୁର୍ନଜନ୍ମ ହୋଇଥିଲା । ୧୯୮୨ ଜୁଲାଇ ୨୬ ତାରିଖର କଥା । ବେଙ୍ଗୁଳୁରୁ ସେ ବିଗ୍ ବି ଫିଲ୍ମ କୁଲିର ସୁଟିଂ କରୁଥାନ୍ତି । ଭଲ ଅଭିନୟ କରିବାକୁ ଯାଇ ସେ ଷ୍ଟଣ୍ଟ ନିଜେ କରିବାକୁ ନିଷ୍ପତ୍ତି ନେଲେ ଅମିତାଭ । ତାଙ୍କ ଷ୍ଟଣ୍ଟ ଦେଖି ସୁଟିଂ ସେଟରେ ସମସ୍ତେ ବାଃ ବାଃ କଲେ । କିନ୍ତ ଏହି ସମୟରେ ଅମିତାଭ ପେଟ ଦରଜ ହେବାକୁ ଲାଗିଲା । ଧୀରେ ଧୀରେ ଏହି କଷ୍ଟ ବଢିବାକୁ ସେ ଆଉ ସହିପାରିଲେଣି ।

ସେଠାରେ ପ୍ରଥମେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେ ଚିକିତ୍ସା ବେଳେ ଗୁରୁତର ହୋଇପଡିଥିଲେ । ଡାକ୍ତର ଜାଣିବାକୁ ପାଇଲେ ତାଙ୍କ ଆଖିରେ ବି ମାଡ ହୋଇ ସେଥିରୁ ପୂଜ ବାହାରୁଛି । ଆଉ ଏଥିରୁ ହୋଇଥିବହା ସଂକ୍ରମଣ ସାରା ଶରୀରକୁ ବ୍ୟାପି ଯାଇଥିଲା । ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାକୁ ଲାଗିଲା । ଡାକ୍ତରମାନେ ଆଶା ଛାଡି ଦେଇଥିଲେ ।

ଅପରେସନର ୬ ଦିନ ପରେ ତାଙ୍କୁ ମୁମ୍ବାଇ ନେଇ ଯିବାକୁ ସ୍ଥିର କରାଗଲା । ଏଥି ପାଇଁ ବେଙ୍ଗୁଳୁରୁରୁ ଏୟାର ଆମ୍ବୁଲାନ୍ସରେ ତାଙ୍କୁ ଅଣାଯାଇଥିଲା ଓ ବ୍ରିଜ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏବେ ବି ଆଖିରୁ ପୂଜ ବାହାରୁ ଥିଲା । ଦୁଇ ଦିନ ପରେ ଦ୍ୱିତୀୟ ଅପରେସନ ହେଲା । ତଥାପି ଅବସ୍ଥାରେ କିଛି ପରିବର୍ତ୍ତନ ହେଲାନି । ଶେଷରେ ଲଣ୍ଡନରୁ ଡାକ୍ତରଙ୍କୁ ଡକାଗଲା । ଏଥର ତୃତୀୟ ଥର ପାଇଁ ଅପରେସନ କରାଗଲା । ଡାକ୍ତରଙ୍କ କହିବାନୁଯାୟୀ ସେତେବେଳେ ବି ଅମିତାଭ ମୃତ୍ୟୁ ସାଙ୍ଗେ ସଂଗ୍ରାମ କରୁ ଥାନ୍ତି । ବେଳେ ବେଳେ ତାଙ୍କ ନିଶ୍ୱାସ ବନ୍ଦ ହୋଇଯାଉଥିଲା । ପୁରା ଦେଶର ନଜର ଥିଲା ଅମିତାଭଙ୍କ ଉପରେ । ଏହା ପରେ ଧୀରେ ଧୀରେ ସେ ସୁସ୍ଥ ହେବାକୁ ଲାଗିଲେ । ଆଉ ସତେ ଯେମିତି ସେହି ସମୟରେ ତାଙ୍କର ପୁର୍ନଜନ୍ମ ହୋଇଥିଲା ।

ଜୀବନରେ ମୃତ୍ୟୁକୁ ବାରମ୍ବାର ପାଖରୁ ଦେଖିଥିବା ଅମିତାଭଙ୍କୁ ରିଅଲ ଲାଇଫରେ ଜଣେ ସେହେନସା କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଆଜି ୭୮ ବର୍ଷରେ ପାଦ ଦେଇଛନ୍ତି ସେହେନସା । ଏଥି ପାଇଁ ତାଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.