Latest Odisha News

BREAKING NEWS

ଆଇସିୟୁରେ ଭର୍ତ୍ତି ହେଲେ ଅଭିନେତ୍ରୀ ସାଏରା ବାନୋ

ମୁମ୍ବାଇ: ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତ୍ରୀ ସାଏରା ବାନୋ। ତିନି ଦିନ ପୂର୍ବରୁ ରକ୍ତଚାପ ସମ୍ବନ୍ଧୀୟ ପ୍ରସଙ୍ଗରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସାଏରା ବାନୁଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲର ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି।

ସାଏରା ବାନୋ ବର୍ତ୍ତମାନ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପରିବାରର ଜଣେ ବନ୍ଧୁଙ୍କ କହିବା ଅନୁଯାୟୀ, ରକ୍ତଚାପ ସ୍ତରରେ ସମସ୍ୟା ହେତୁ ସାଇରା ବାନୁ ତିନି ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ଗତ ଜୁଲାଇ ୭ ତାରିଖରେ ଭେଟେରାନ ଅଭିନେତା ସାଏରା ବାନୋଙ୍କ ପତି ଦିଲ୍ଲୀପ କୁମାରଙ୍କ ଦେହାନ୍ତ ହୋଇଥିଲା।

Comments are closed.