Latest Odisha News

BREAKING NEWS

ରେକର୍ଡ ଭାଙ୍ଗୁଛି ‘ସୟାରା’; ଆୟରେ ୩୦୦ କୋଟି ଟପିଲା 

ମୁମ୍ବାଇ: ମୋହିତ ସୁରୀଙ୍କ ନିର୍ଦ୍ଦେଶିତ “ସୟାରା” ବକ୍ସ ଅଫିସରେ ଧମାଲ କରୁଛି। ଫିଲ୍ମ ରିଲିଜ ହେବାର ୧୭ ଦିନ ବିତିଗଲାଣି କିନ୍ତୁ ଏହାର ରୋଜଗାର କମୁନାହିଁ। ଆହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ଅଭିନୟ ଯାଦୁ ଲୋକଙ୍କୁ ଛୁଇଁପାରିଛି।

ସପ୍ତାହାନ୍ତରେ ସୟାରା ଆୟରେ ଏକ ବଡ଼ ବୃଦ୍ଧି ଘଟିଛି। ଏହି ଫିଲ୍ମଟି ଏବେ ୩୦୦ କୋଟି କ୍ଲବରେ ସାମିଲ ହୋଇଛି ଏବଂ ଏହା ସହିତ ଆହାନ ଏବଂ ଅନୀତ ନିଜ ନାମରେ ଏକ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି।

ସୟାରା ବକ୍ସ ଅଫିସ କଲେକ୍ସନ ବିଷୟରେ କହିବାକୁ ଗଲେ, ଫିଲ୍ମଟି ପ୍ରଥମ ସପ୍ତାହରେ ୧୭୨.୭୫ କୋଟି ଏବଂ ଦ୍ୱିତୀୟ ସପ୍ତାହରେ ୧୦୭.୭୫ କୋଟି ରୋଜଗାର କରିଛି। ସେହିପରି ୧୭ତମ ଦିନର କଲେକ୍ସନ ସହିତ ଏହି ଫିଲ୍ମଟି ୩୦୦ କୋଟି କ୍ଲବରେ ପ୍ରବେଶ କରିଛି। ସେହିପରି ସାରା ବିଶ୍ୱରେ ଏହି ଫିଲ୍ମ ୪୦୦ କୋଟି ଅତିକ୍ରମ କରିଛି।

ଆହାନ ପାଣ୍ଡେ ଏବଂ ଅନୀତ ପଡ୍ଡା ଆଉ ଏକ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ସେମାନେ ପ୍ରଥମ ଡେବ୍ୟୁଆଣ୍ଟ। ଯାହାଙ୍କ ଫିଲ୍ମ ୩୦୦ କୋଟି କ୍ଲବରେ ସାମିଲ ହୋଇଛି। ଆଲିଆ ଭଟ୍ଟ, ଜାହ୍ନବୀ କପୁର, ସାରା ଅଲି ଖାନଙ୍କ ରେକର୍ଡ ଭାଙ୍ଗିଛନ୍ତି ଅନୀତ ଏବଂ ଆହାନ।

 

Comments are closed.