ମୁମ୍ବାଇ: ବକ୍ସ ଅଫିସରେ ଜବରଦସ୍ତ ସଫଳତା ପରେ, ଅହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ରୋମାଣ୍ଟିକ ଡ୍ରାମା ‘ସୈୟାରା’ ଏବେ ଡିଜିଟାଲ ପ୍ଲାଟଫର୍ମରେ ଆସିବାକୁ ପ୍ରସ୍ତୁତ । ସିନେମା ହଲରେ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ, ଏବେ ଏହି ଫିଲ୍ମଟି ଖୁବ୍ ଶୀଘ୍ର ଦର୍ଶକଙ୍କୁ OTT ପ୍ଲାଟଫର୍ମରେ ମଧ୍ୟ ଦେଖିବାକୁ ମିଳିବ ।
ଯଦିଓ ୟଶ ରାଜ ଫିଲ୍ମସ୍ (YRF) ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରିନାହିଁ, YRF କାଷ୍ଟିଂ ନିର୍ଦ୍ଦେଶକ ଶାନୁ ଶର୍ମାଙ୍କ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ଏହି କଳ୍ପନା ଜଳ୍ପନାକୁ ଆହୁରି ସ୍ପଷ୍ଟ କରିଛି । ସେ ଏକ ରିପୋର୍ଟ ସେୟାର କରିଛନ୍ତି ଯାହା ଦାବି କରୁଛି ଯେ ‘ସୈୟାରା’ Netflix ରେ ଷ୍ଟ୍ରିମ୍ ହେବ । ଏହା ସହିତ ରିଲିଜ୍ ତାରିଖ ମଧ୍ୟ ସେୟାର କରିଛନ୍ତି ।
ଶାନୁ ଶର୍ମା ଇନଷ୍ଟା ଷ୍ଟୋରୀରେ କହିଥିଲେ ଯେ ‘ସୈୟାରା’ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହେବ, ଏହା ସେପ୍ଟେମ୍ବର ୧୨ରେ ରିଲିଜ୍ ହେବ । ଫିଲ୍ମର ନେଟଫ୍ଲିକ୍ସ ସହିତ ଚୁକ୍ତିନାମା ରିଲିଜ୍ ପୂର୍ବରୁ ହୋଇସାରିଛି, କେବଳ ରିଲିଜ୍ ତାରିଖ ସ୍ଥିର ହେବାକୁ ବାକି ଥିଲା, ହେଲେ ତାଙ୍କର ଏହି ପୋଷ୍ଟ ଏହାକୁ ଏବେ ଜଣାଇଦେଇଛି ଯେ, ଫିଲ୍ମଟି ସେହି ଦିନହିଁ ରିଲିଜ ହେବ ।
ନିକଟରେ, ହଲିଉଡ୍ ରିପୋର୍ଟର ଇଣ୍ଡିଆକୁ ଦିଆଯାଇଥିବା ଏକ ସାକ୍ଷାତକାରରେ, ଶାନୁ ଶର୍ମା ଅହାନ ପାଣ୍ଡେ ଏବଂ ଶରଭରୀ ୱାଘଙ୍କ ଅଭିନୟ ଟ୍ରେନିଂ ବିଷୟରେ ଅନେକ ଆକର୍ଷଣୀୟ କଥା ସେୟାର କରିଥିଲେ । ସେ କହିଥିଲେ ଯେ ଡେବ୍ୟୁ ପୂର୍ବରୁ ଉଭୟଙ୍କୁ ତିନି ବର୍ଷ ପାଇଁ ଟ୍ରେନିଂ ଦିଆଯାଇଥିଲା । ଶାନୁ ଶର୍ମା କହିଛନ୍ତି, ‘ପ୍ରଥମ ତିନି ବର୍ଷ ଟ୍ରେନିଂରେ ବିତିଥିଲା । ଆମେ କେବଳ ଟ୍ରେନିଂ ଦେଇଥିଲୁ, ସିନ୍ ଏବଂ ଇମ୍ପ୍ରୋଭାଇଜେସନ୍ କରିଥିଲୁ । ମୁଁ ନିଜେ ସେମାନଙ୍କୁ ଗାଇଡ କରୁଥିଲି।’
‘ସୈୟାରା’ କେବଳ ସମାଲୋଚକଙ୍କ ପ୍ରଶଂସା ପାଇନଥିଲା, ବରଂ ଦର୍ଶକଙ୍କଠାରୁ ମଧ୍ୟ ଏକ ଜବରଦସ୍ତ ପ୍ରତିକ୍ରିୟା ପାଇଥିଲା । ୫୧୭ କୋଟିର ବିଶ୍ୱବ୍ୟାପୀ କଲେକ୍ସନ ସହିତ, ଏହି ଫିଲ୍ମଟି ବର୍ଷର ସବୁଠାରୁ ବଡ଼ ହିଟ୍ ଫିଲ୍ମ ମଧ୍ୟରୁ ଗୋଟିଏ ହୋଇସାରିଛି । ଘରୋଇ ବକ୍ସ ଅଫିସ୍ କଲେକ୍ସନ ୩୭୩ କୋଟି ଏବଂ ବିଦେଶୀ କଲେକ୍ସନ ୧୪୪ କୋଟି ହୋଇଛି । ଏହି ରୋମାଣ୍ଟିକ ଡ୍ରାମା ବିଶେଷକରି ଯୁବ ଦର୍ଶକଙ୍କ ମଧ୍ୟରେ ଏକ ଭଲ ସ୍ଥାନ ପାଇଛି । ଏହାର ଭାବପ୍ରବଣ କାହାଣୀ ଏବଂ ନୂତନ ପ୍ରତିଭାଙ୍କ ଅଭିନୟ ଦର୍ଶକଙ୍କ ହୃଦୟକୁ ଛୁଇଁଛି ।
Comments are closed.