Latest Odisha News

BREAKING NEWS

ଫିଲ୍ମ ‘ଆଶିକ୍ ୪’ ରେ ନଜର ଆସିବେ ବିଗ୍ ବସର ହିଟ୍ ଯୋଡି

ମୁମ୍ବାଇ: ଫିଲ୍ମ ‘ଆଶିକ୍ ୪’କୁ ନେଇ ନିର୍ମାତା ସାଜିଦ୍ ଖାନ୍ ଏବେ ଚର୍ଚ୍ଚାରେ । ଏହି ଫିଲ୍ମରେ ସେ ବିଗ୍ ବସ୍ ସିଜିନ୍ ୧୬ର ହିଟ୍ ଯୋଡ଼ି ଅଙ୍କିତ ଗୁପ୍ତା ଓ ପ୍ରିୟଙ୍କା ଚହର ଚୌଧୁରୀ ନଜର ଆସିବେ ବୋଲି ଆଲୋଚନା ହେଉଛି ।

ନିକଟରେ ଅଙ୍କିତ୍‌ଙ୍କ ଧାରାବାହିକ ଜୁନୋନିୟତ ସୁଟିଂ ସେଟ୍‌ରେ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିଥିଲା । କିନ୍ତୁ ଏଥର ମୁମ୍ବାଇରେ ପ୍ରିୟଙ୍କା-ଅଙ୍କିତଙ୍କ ସହ ସାଜିଦ ଖାନ ମଧ୍ୟ ଉପସ୍ଥିତ ଥିଲେ । ସାଜିଦ୍ ଏବଂ ଅଙ୍କିତଙ୍କ ଘନିଷ୍ଠ ବନ୍ଧୁତା ବିଗ୍ ବସ୍ ଘରେ ମଧ୍ୟ ଦେଖିବାକୁ ମିଳିଥିଲା । ଶୋ’ ଶେଷ ହେବା ପରେ ମଧ୍ୟ ସେମାନଙ୍କ ଭିତରେ ସମ୍ପର୍କ ନିବିଡ଼ ରହିଛି । ଏହି ସମୟରେ ସାମ୍ବାଦିକମାନଙ୍କୁ ଅଙ୍କିତ୍ କହିଥିଲେ ଯେ, ସାଜିଦ୍ ଆଗକୁ ଫିଲ୍ମ ଆଶିକ୍ ୪ ନିର୍ମାଣ କରିବେ । ସେଥିରେ ମୁଁ ଓ ପ୍ରିୟଙ୍କା ଅଭିନୟ କରିବେ ।

Leave A Reply

Your email address will not be published.