Latest Odisha News

BREAKING NEWS

୫ ଫିଲ୍ମ ପାଇଁ ଆମାଜୋନ ପ୍ରାଇମ ସହ ୨୫୦ କୋଟି ଟଙ୍କାର ଚୁକ୍ତି କଲେ ସାଜିଦ

ମୁମ୍ବାଇ: ବଲିଉଡ ସଫଳ ନିର୍ମାତାଙ୍କ ମଧ୍ୟରେ ପରିଗଣିତ ସାଜିଦ ନାଡିୟାଡୱାଲା ତାଙ୍କର ଆଗାମୀ ୫ଟି ଫିଲ୍ମ ପାଇଁ ଆମାଜୋନ ସହ ୨୫୦ କୋଟି ଟଙ୍କାର ଚୁକ୍ତି କରିଛନ୍ତି । ଏହି ୫ଟି ଫିଲ୍ମ ହେଲା ବଚ୍ଚନ ପାଣ୍ଡେ, ହୀରୋପନ୍ଥୀ-୨, କଭି ଇଦ କଭି ଦିୱାଲୀ, ସତ୍ୟନାରାୟଣ କି କଥା ଓ କିକ-୨ । ତେବେ ଏହି ଫିଲ୍ମଗୁଡିକ ଓଟିଟି ଫ୍ଲାଟଫର୍ମରେ ଥିଏଟର ରିଲିଜର କେତେ ଦିନ ପରେ ପ୍ରସାରିତ ହେବ ତାହା ଘୋଷଣା କରାଯାଇ ନାହିଁ ।

କିକ-୨ ଫିଲ୍ମର ଶୁଟିଂ ଆରମ୍ଭ ହୋଇ ନ ଥିଲେ ମଧ୍ୟ ସାଜିଦ ଏହାକୁ ଏହି ଲିଷ୍ଟରେ ସାମିଲ କରିଛନ୍ତି । ଆଉ ଏଥିପାଇଁ ଆମଜୋନ ଅଧିକ ଅର୍ଥ ଦେବାକୁ ରାଜି ଅଛି । ସାଜିଦଙ୍କ ଆଗାମୀ ଫିଲ୍ମ ତଡପର ପ୍ରିମିୟର ଖୁବ୍ ଶୀଘ୍ର ଆମାଜୋନ ପ୍ରାଇମ ଭିଡିଓରେ ରିଲିଜ ହେବାକୁ ଯାଉଛି ।

Leave A Reply

Your email address will not be published.