୨୦୦୦ ମସିହାରେ ପ୍ରସାରିତ ହୋଇଥିଲା ଧାରାବାହିକ ‘ଶାକା ଲାକା ବୁମ୍ ବୁମ୍’, ଯାହା ସେ ସମୟରେ ଖୁବ୍ ଲୋକପ୍ରିୟ ହୋଇପାରିଥିଲା । ଏଥିରେ ସଞ୍ଜୁ ନାମକ ଜଣେ ବାଳକ ଏକ ପେନ୍ସିଲ ବ୍ୟବହାର କରୁଥିଲା, ଯେଉଁଥିରେ ସେ ଆଙ୍କୁଥିବା ଚରିତ୍ରଗୁଡ଼ିକ ବାସ୍ତବ ରୂପ ନେଉଥିଲେ । ସେତେବେଳେ ଏହି ପେନ୍ସିଲର ଏତେ ଚାହିଦା ଥିଲା ଯେ, ପ୍ରତ୍ୟେକ ପିଲା ଏହାକୁ କିଣିବାକୁ ଆଗ୍ରହୀ ହେଉଥିଲେ । ଏହାର ଚାହିଦାକୁ ଦୃଷ୍ଟିରେ ରଖି ପେନ୍ସିଲ୍ କମ୍ପାନୀ ପକ୍ଷରୁ ପେନ୍ସିଲ ଉପରେ ଜୋକରଙ୍କ ମୁହଁ କପି କରି ବଜାରକୁ ଛଡ଼ାଯାଇଥିଲା । ହେଲେ ବର୍ତ୍ତମାନ ସମୟରେ ଏହାର ଚାହିଦା ଓ ଲୋକପ୍ରିୟତାକୁ ଗୁରୁତ୍ୱ ଦେଇ ‘ଶାକା ଲାକା ବୁମ୍ ବୁମ୍’ର ଏକ ଅସଲି ପେନ୍ ବଜାରକୁ ଆସିଛି ।
ବାସ୍ତବରେ, ଏହା ସେହି ପେନ୍ସିଲ ନୁହେଁ, ଯାହା କୌଣସି ଚିତ୍ରକୁ ଜୀବନ୍ତ କରିବ । ଏହା ଏକ ପେନ୍, ଯାହା ଆପଣଙ୍କ ଆଙ୍କିଥିବା ଚିତ୍ରକୁ ପ୍ରିଣ୍ଟ ବାହାର କରିପାରିବ । ଏହା ଏବେ ଥ୍ରୀ ଡ଼ି ପେନ୍ ଭାବେ ଜଣାଶୁଣା । ଫ୍ଲିପକାର୍ଟ ଏବଂ ଆମାଜନ ପରି ଅନ୍ଲାଇନ୍ ପ୍ଲାଟଫର୍ମରେ ଏହା ଉପଲବ୍ଧ । ବର୍ତ୍ତମାନ ସମୟରେ ଏହାର ମୂଲ୍ୟ ୭୦୦ ରୁ ୨୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହି ପେନ୍ ପ୍ରକୃତରେ ପ୍ଲାଷ୍ଟିକ୍ରେ ପ୍ରସ୍ତୁତ । ଏହା ବିଦ୍ୟୁତ୍ ଶକ୍ତି ଦ୍ୱାରା ପରିଚାଳିତ ହୋଇଥାଏ । ଏହାଦ୍ୱାରା କୌଣସି ଚିତ୍ରକୁ ଥ୍ରୀ ଡ଼ି ପରି ପ୍ରସ୍ତୁତ କରାଯାଇପାରେ ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.