Latest Odisha News

ସାଲାରରେ ପ୍ରଭାସଙ୍କ ଡବଲ ରୋଲ, ଜେମ୍ସ ବଣ୍ଡ ଫିଲ୍ମ ପରି ହେବ ଆକ୍ସନ ଦୃଶ୍ୟ

ମାଡ୍ରାସ: ସାଉଥ ଇଣ୍ଡିଆ ସୁପରଷ୍ଟାର ତଥା ବାହୁବଳୀ ଫେମ ପ୍ରଭାସ ଏବେ ତାଙ୍କର ଆଗାମୀ ଫିଲ୍ମ ସାଲାରର ଶୁଟିଂରେ ବ୍ୟସ୍ତ ଅଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ଫିଲ୍ମରେ ପ୍ରଭାସ ଡବଲ ରୋଲ କରିବାକୁ ଯାଉଛନ୍ତି । ଯାହା ପ୍ରଶଂସକଙ୍କୁ ବେଶ ଉତ୍ସାହିତ କରିଛି । କେଜିଏଫ ମାଧ୍ୟମରେ ଲୋକପ୍ରିୟ ହୋଇଥିବା ପ୍ରଶାନ୍ତ ନୀଲ ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି । ସାଲାରରେ ଜେମ୍ସ ବଣ୍ଡ ଫିଲ୍ମ ପରି ଆକ୍ସନ ଦୃଶ୍ୟ ରହିବ । ଏବେ ଏହାର କେତେକ ଦୃଶ୍ୟ ଇଟାଲୀର ମଟେରାରେ ଶୁଟିଂ ହେଉଛି । ରାତିରେ ଶୁଟିଂ ପାଇଁ ଡ୍ରୋନ ଓ ଲାଇଟିଂରେ ବ୍ୟବହାର କରାଯାଉଛି ।

ମଟେରା ପରେ ରୋମ ଏବଂ ବୁଡାପେଷ୍ଟରେ ମଧ୍ୟ ଏହାର କେତେକ ଆକ୍ସନ ଦୃଶ୍ୟର ଶୁଟିଂ ହେବ । ଫିଲ୍ମର ବଜେଟ ୪୦୦ କୋଟି ଉପରେ ହେବ ବୋଲି ଅନୁମାନ କରାଯାଉଛି । ୨୮ ସେପ୍ଟମ୍ବର ୨୦୨୩ରେ ଏହାକୁ ରିଲିଜ କରିବା ପାଇଁ ନିଷ୍ପତି ନିଆଯାଇଛି । ତେଲୁଗୁ, କନ୍ନଡ, ତାମିଲ, ମାଲାୟଲମ, ହିନ୍ଦୀ ଓ ଇଂରାଜୀ ଭାଷାରେ ଏହାକୁ ରିଲିଜ କରାଯିବ ।

Leave A Reply

Your email address will not be published.