Latest Odisha News

BREAKING NEWS

କେରଳରେ ଫସିଛି ଗଞ୍ଜାମର ପରିବାର, ଚିକିତ୍ସା ପାଇଁ ଦରକାର ସହାୟତା

ଭୁବନେଶ୍ୱର: ଗଞ୍ଜାମ ଲାଞ୍ଜିପାଲିର ଏକ ପରିବାର କେରଳରେ ଫସିଛି । ୧୫ ଦିନ ହେଲା ପରିବାରର ମୁଖ୍ୟ ଭେଣ୍ଟିଲେଟରରେ ଥିବାବେଳେ ପାଖରେ ଆଉ ଚିକିତ୍ସା ପାଇଁ ଟଙ୍କା ନାହିଁ । କେତେବେଳେ ଚେତା ଆସୁଛି ତ ଆଉ କେବେ ନାହିଁ । ଚିକିତ୍ସାରେ ଅଗ୍ରଗତି ହେଉ ନଥିବାରୁ ବାପାଙ୍କୁ କେରଳରୁ ଓଡ଼ିଶା ଆଣିବାକୁ ନିବେଦନ କରିଛନ୍ତି ପୁଅ ସନ୍ତୋଷ ପ୍ରଧାନ ।

କିଛିଦିନ ତଳେ ଗଞ୍ଜାମର ପ୍ରାୟ ୪୦ ଜଣ ଗୋଟିଏ ଗ୍ରୁପରେ ତ୍ରିଭେନ୍ଦ୍ରମ ଓ କନ୍ୟାକୁମାରୀ ଯାଇଥିଲେ । ସେଠାରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ ୬୨ ବର୍ଷୀୟ ଭାସ୍କର ପ୍ରଧାନ । ତେଣୁ ତାଙ୍କୁ କନ୍ୟାକୁମାରୀର ଶିବାନ୍ତି ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ । ସେଦିନ ଡାକ୍ତର ଭାସ୍କରଙ୍କୁ ଭେଣ୍ଟିଲେଟରରେ ରଖିଥିଲେ ।

କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ କିଛି ଉନ୍ନତି ଆସିନଥିଲା । ଭାସ୍କରଙ୍କୁ ତ୍ରିଭେନ୍ଦ୍ରମ ସ୍ଥିତ ନିମ୍ସ ନେବାକୁ ଡାକ୍ତର କହିଥିଲେ । ୧୮ ତାରିଖରୁ ନିମ୍ସରେ ଭାସ୍କରଙ୍କ ଚିକିତ୍ସା ଚାଲିଥିଲେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସୁ ନାହିଁ । ଏବେ ଭାସ୍କର ଭେଣ୍ଟିଲେଟରରେ ଅଛନ୍ତି । ଚିକିତ୍ସା ସଠିକ୍ ଭାବେ ହେଉ ନଥିବା ସହ ପାଖରେ ଆଉ ଟଙ୍କା ନଥିବାରୁ ଓଡ଼ିଶା ଆସିବାକୁ ସାହାଯ୍ୟ ମାଗୁଛନ୍ତି ଭାସ୍କରଙ୍କ ପରିବାର ।

Leave A Reply

Your email address will not be published.