Latest Odisha News

BREAKING NEWS

୧୦ରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ ‘ସଲାମ ଭେଙ୍କି’

ମୁମ୍ବାଇ: ଫେବୃୟାରୀ ୧୦ରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଫିଲ୍ମ ‘ସଲାମ ଭେଙ୍କି’ । ଏହି ଚଳଚ୍ଚିତ୍ରଟି ସିନେ ଇଣ୍ଡଷ୍ଟ୍ରିଜ୍‌ରେ ହଇଚଇ ସୃଷ୍ଟି କରିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି । ଏଥିରେ ଅଭିନେତ୍ରୀ କାଜୋଲ ଜଣେ ମାଆ ଭୂମିକାରେ ଦମ୍‌ଦାର ଅଭିନୟ କରିଛନ୍ତି । ଚଳଚ୍ଚିତ୍ରଟି ଗତ ଡିସେମ୍ବର ୯ ତାରିଖରେ ସିନେମାହଲ୍ ମୁକ୍ତିଲାଭ କରିସାରିଥିବା ବେଳେ ଏବେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଯାଉଛି । ଏହାକୁ ନେଇ ସିନେ ଦର୍ଶକଙ୍କର ଅପେକ୍ଷା ରହିଛି ଅନେକ ସିନେପ୍ରେମୀ ମତ ରଖିଛନ୍ତି । ‘ସଲାମ ଭେଙ୍କି’ ର ଓଟିଟି ରିଲିଜ୍‌କୁ ଦୀର୍ଘ ସମୟ ଧରିି ଅପେକ୍ଷା କରି ରହିଛନ୍ତି ଦର୍ଶର୍କ । ଓଟିଟି ପ୍ଲାଟଫର୍ମ ଜି-୫ରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର ।

ଚଳଚ୍ଚିତ୍ର ବିଷୟରେ କାଜୋଲ କହିଛନ୍ତି, ଫିଲ୍ମରେ ସେ ସୁଜାତା ଭୂମିକାରେ ଅଭିନୟ କରିଛନ୍ତି । ଏହି ପିଲ୍ମରେ ଅଭିନୟ କରିବା ତାଙ୍କ ପାଇଁ ଏକ ସମ୍ମାନଜନକ କଥା । ଏହି ଚଳଚ୍ଚିତ୍ରରୁ ଅନେକ କଥା ଶିଖିଛନ୍ତି । ବିଶେଷକରି ଜୀବନରେ କେତେବେଳେ କ’ଣ ହେବ କାହାକୁ ଜଣାନାହିଁ । ତେଣୁ ଅତୀତ ଏବଂ ଭବିଷ୍ୟତକୁ ନେଇ ବିଚଳିତ ହେବାର କୌଣସି କାରଣ ନାହିଁ । ଜୀବନକୁ ଖୁସିରେ ବିତାଇବା ଦରକାର ।

Leave A Reply

Your email address will not be published.