Latest Odisha News

BREAKING NEWS

ନରହରି ବାରିକ ସ୍ମୃତି ସଂସଦ ପକ୍ଷରୁ ମେଧା ବୃତ୍ତି ପରୀକ୍ଷା

କଟକ: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋତରା ପଂଚାୟତ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ, ନରହରି ସ୍ମୃତି ସଂସଦ ପକ୍ଷରୁ ମେଧା ଅନ୍ୱେଷଣ ପରୀକ୍ଷା ଆୟୋଜିତ ହୋଇଛି । ଝଡ଼େଶ୍ୱରପୁର ଉଚ୍ଚ ବିଦ୍ୟାଳୟର ପ୍ରବୀର ଗଣିତ ଶିକ୍ଷକ ସ୍ୱର୍ଗତ ଗୁଣନିଧି ଲେଙ୍କା, ଚୌଧୁରୀ ସୁରେନ୍ଦ୍ର ନାଥ ପ୍ରହରାଜ, କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ସ୍ମୃତି ଉଦେଶ୍ୟରେ କରାଯାଇଛି ।

ନିଶ୍ଚିନ୍ତକୋଇଲି ଓ ସାଲେପୁର ବ୍ଲକରେ ଥିବା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଗଣିତ, ବିଜ୍ଞାନ, ଇଂରାଜୀ,ସାମାଜିକ ବିଜ୍ଞାନ ଓ ସାଧାରଣ ଜ୍ଞାନ ବିଷୟରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଛି । ଏଥିରେ ମୋଟ ୨୫ଟି ବିଦ୍ୟାଳୟର ୬୫ଜଣ ଛାତ୍ର ଛାତ୍ରୀମାନେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଅନୁଷ୍ଠାନର ସଭାପତି ଆଇଏସ୍ ତ୍ରିଲୋଚନ ପ୍ରଧାନ, ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଅଭିଭାବକ ଓ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

ମେଧାବୃତ୍ତି ପରୀକ୍ଷା କାର୍ଯ୍ୟକ୍ରମଟି ଅନୁଷ୍ଠାନର ଉପସଭାପତି ଇଞ୍ଜିନିୟର ମନୋରଞ୍ଜନ ଲେଙ୍କା, ମୃତ୍ୟୁଞ୍ଜୟ ଶତପଥି, ଚିତ୍ତରଞ୍ଜନ ନାୟକ, ଅଜୟ କୁମାର ସାହୁ, ପ୍ରମୋଦ ପ୍ରଧାନ, ପ୍ରଦ୍ୟୁମ୍ନ ବାରିକ, ଶଶୀଭୁଷଣ ପ୍ରହରାଜ, ଶରତ ସାହୁ, ସାଫିକ ଅହମଦ ଖାନ, ଅକ୍ଷୟ ଘଡ଼ାଇ,  ଖଗେଶ୍ୱର ପ୍ରଧାନ, ରଞ୍ଜନ ନାୟକ, ମଦନ ମୋହନ ସାହୁ, ମନୋଜ କୁମାର ଓଝା, ହିମାଂଶୁ ମିଶ୍ର,  ଦିନେଶ ସାମଲ, ଖିରୋଦ ବେହେରା ପ୍ରମୁଖଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.