କେନ୍ଦ୍ରାପଡ଼ା: ଓଡ଼ିଶା ଷ୍ଟେଟ୍ ଓ୍ବାର୍କଫ୍ଲୋ ଅଟୋମେସନ ସିଷ୍ଟମ (OSWAS)ରେ କାମ ନକରିବା ପଡ଼ିଲା ମହଙ୍ଗା । କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ୪୨ ବିଭାଗରେ ଦରମା ବନ୍ଦ କରାଯାଇଛି । ଦରମା ବନ୍ଦ କଲେ ଜିଲ୍ଲାପାଳ । ସରକାରୀ ନିର୍ଦ୍ଦେଶନାମାର ୩ ମାସ ପରେ ବି ଓସଓ୍ବାସରେ କାମ କରୁନଥିଲେ । ଓସୱାସରେ କାମ କଲେ ଦରମା ମିଳିବ ବୋଲି ସୂଚନା ରହିଛି ।
ସୂଚନା ଥାଉକି ଗତକାଲି କଟକ ଜିଲ୍ଲାର ୩୬ ଜଣଙ୍କ ଦରମା ବନ୍ଦ ହୋଇଛି। ଜିଲ୍ଲା ପ୍ରଶାସନ କହିବା ମୁତାବକ ୩୬ ଜଣ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆସିଥିବା ଅଭିଯୋଗ ଗୁଡ଼ିକର ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ସମାଧାନ କରିନାହାଁନ୍ତି। ଯେଉଁ କାରଣରୁ ସେମାନଙ୍କ ଦରମା ବନ୍ଦ କରାଯାଇଛି।
ପ୍ରକାଶିତ ବିଜ୍ଞପ୍ତି ମୁତାବକ କଟକ ଗ୍ରାମାଞ୍ଚଳ ଏସପି, ସିଏମସି କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ୯୧ ଜଣ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଥିଲା। ଏନେଇ କଟକ ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ ସୂଚନା ଦେଇଛନ୍ତି।
Comments are closed.